ବ୍ଲକସ୍ତରୀୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଗଠନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ବୋଡ଼େନ ବ୍ଲକ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗରେ କର୍ମରତ ଶିକ୍ଷକଙ୍କୁ ନେଇ ବ୍ଲକସ୍ତରୀୟ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ଫରସରା ଆଶ୍ରମ ବିଦ୍ୟାଳୟରେ ଗଠନ କରାଯାଇଥିଲା । ଜିଲ୍ଲା ସଭାପତି ସୁଶିଲ କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଉପସଭାପତି ଝରାମଣି ଦେଇ, ସମ୍ପାଦକ ଲାଏବାନ ବାଗ, ପ୍ରଧାନ ଶିକ୍ଷକ ଜ୍ୟୋତିଚରଣ ନାଗ, ଟିକେରାମ ମେହେର, ଶ୍ୟାମକୁମାର ଦଣ୍ତସେନା, ଅଖିଳ ଧରୁଆ, ଧନୀକର ଜଗତ ମଞ୍ଚାସୀନ ଥିଲେ । ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଅର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସର୍ବସମ୍ମତିକ୍ରମେ ବୋଡ଼େନ ବ୍ଲକସ୍ତରୀୟ ସଭାପତି ଭାବରେ ଶ୍ୟାମକୁମାର ଦଣ୍ତସେନା, ଉପସଭାପତି ନରେଶ ସୁନାନୀ, ସମ୍ପାଦକ ଜତିନ୍ଦ୍ର ମେହେର, ସହ ସମ୍ପାଦକ ମୋହନ ଚରଣ ଦାସ ଓ କୋଷାଧ୍ୟକ୍ଷ ଅଖିଳ ଧରୁଆ ତଥା ଜିଲ୍ଲା ପ୍ରତିନିଧି ଭାବରେ ଗଜାନନ ଧରୁଆ ଓ ଶ୍ୟାମସୁନ୍ଦର ସୁନାନୀଙ୍କୁ ଚୟନ କରାଯାଇଥିଲା । ପରିଶେଷରେ ଟିକେରାମ ମେହେର ଧନ୍ୟବାଦ ଦେଇ ସଭାପତିଙ୍କ ଦ୍ଵାର ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.

1 × two =