‘ବେଷ୍ଟ ରିପୋର୍ଟର୍‌ ଅଫ୍‌ ଦ ଇଅର୍‌-୨୦୨୨’ ସମ୍ମାନ ପାଇଲେ ବ୍ରହ୍ମପୁର ରିପୋର୍ଟର ସତ୍ୟନାରାୟଣ ରେଡ୍ଡୀ ଏବଂ ଦେଓଗାଁ ରିପୋର୍ଟର ମନୀଷ କୁମାର ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବରେ ‘ବେଷ୍ଟ ରିପୋର୍ଟର୍‌ ଅଫ୍‌ ଦ ଇଅର୍‌-୨୦୨୨’ ସମ୍ମାନ ପ୍ରଦାନ କରାଯାଇଛି । ଚଳିତ ବର୍ଷ ବ୍ରହ୍ମପୁର ରିପୋର୍ଟର ସତ୍ୟନାରାୟଣ ରେଡ୍ଡୀ ଏବଂ ଦେଓଗାଁ ରିପୋର୍ଟର ମନୀଷ କୁମାର ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ‘କୋଶଳ ପ୍ରବାହ’ରେ ରିପୋର୍ଟର ଭାବରେ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ପାରିଥିବା ରିପୋର୍ଟରମାନଙ୍କ ମଧ୍ୟରୁ ‘ବେଷ୍ଟ ରିପୋର୍ଟର୍‌ ଅଫ୍‌ ଦ ଇଅର୍‌’ ଚୟନ କରାଯାଇଥାଏ । ତେବେ ଉଭୟ ରିପୋର୍ଟର୍‌ ଶ୍ରୀ ରେଡ୍ଡୀ ଏବଂ ଶ୍ରୀ ସାହୁ ଗତକାଲି ସାମ୍ବାଦିକ ଭବନରେ ଅନୁଷ୍ଠିତ ‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ବାର୍ଷିକୋତ୍ସବରେ ଅତିଥିମାନଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ‘କୋଶଳ ପ୍ରବାହ’ର ସଂପାଦକ ତଥା ଅନ୍ୟ କର୍ମକର୍ତ୍ତାମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

5 + 18 =