ଖପ୍ରାଖୋଲ ସରସ୍ଵତୀ ଶିଶୁ ମନ୍ଦିରରେ ରଙ୍ଗୋଲି ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରରେ ରଙ୍ଗୋଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨ଟି ପର୍ୟ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କନିଷ୍ଠ ବର୍ଗ ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବରିଷ୍ଠ ବର୍ଗ ଭାବରେ ବିଭକ୍ତ କରାଯାଇଥିଲା । ଛାତ୍ରଛାତ୍ରୀମାନେ ବିଭିନ୍ନ ରଙ୍ଗୋଲି ଝୁଟି ଆଙ୍କି ଥିଲେ । କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ରାକେଶ ପ୍ରଧାନ, ଆଚାର୍ଯ୍ୟ ହୃଷିକେଶ ବେହେରା, ପ୍ରମୋଦ ଗୁଆଲ, ମିତା ପ୍ରଧାନ, କାମିନୀ ବରିହା, ବୀଣାପାଣି ପ୍ରଧାନ, ହୃଦେଶ୍ୱରୀ ସାହୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

twenty + eighteen =