ବିଚାରାଧୀନ ବନ୍ଦୀଙ୍କ ଶିଶୁ ଚିହ୍ନଟ ଓ ପରାମର୍ଶ କର୍ମଶାଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀମାନଙ୍କ ସମ୍ବେଦନଶୀଳ ଶିଶୁ ଚିହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୋନପୁର ସବ୍‌ଜେଲ ସୁପରିଟେଣ୍ଡେଣ୍ଟ ଡିଲେଶ୍ୱର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଏକ୍ସପାର୍ଟ କମିଟି ସଭ୍ୟ ନୀଳାମ୍ବର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିଶୁମାନଙ୍କ କଲ୍ୟାଣ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ବୁଝାଇଥିଲେ । କର୍ମଶାଳାରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ନୂତନ ଭାବରେ ଆରମ୍ଭ କରାଯାଇଥିବା କାରାଗାର ଶିଶୁ ମଙ୍ଗଳ ଯୋଜନା ବିଷୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଉପସ୍ଥାପନା କରିଥିଲେ । ଏହି ଅବସରରେ କାରାଗାର ଅନ୍ତେବାସୀମାନଙ୍କ ବିପଦ ସଂକୁଳ ଅବସ୍ଥାରେ ଥିବା ଶିଶୁଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ, ଜେଲ ପରିସରରେ ଥିବା ୦ ରୁ ୬ ବର୍ଷ ଶିଶୁଙ୍କ ପାଇଁ ଆଇସିଡିଏସରେ ଥିବା ବ୍ୟବସ୍ଥା ବିଷୟରେ ବୁଝାଇଥିଲେ । ଶିଶୁ ମଙ୍ଗଳ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଜେଲ ଅନ୍ତେବାସୀଙ୍କ ଜୀବନଚର୍ଯା ବିଷୟରେ ଆଲୋଚନା କରିଥିଲେ । କମିଟି ସଦସ୍ୟ ରଞ୍ଜିତା ସାହୁ ଶିଶୁ ମଙ୍ଗଳ କମିଟିର ଦାୟିତ୍ୱ ଓ ଭୂମିକା ଉପରେ ବୁଝାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ମେହେର ଶିଶୁଙ୍କ ତାଲିକା କରିବା ସହ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜେଲ କର୍ମଚାରୀ ସହଯୋଗ କରିଥିଲେ । ଏହି ଅବସରରେ କାରାଗାରରେ ଥିବା ୫ ଜଣ ଛଅ ମାସରୁ ଅଧିକ ଦିନ ଥିବା ଅନ୍ତେବାସୀଙ୍କ ୧୧ ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.

seventeen − 13 =