ବିକାଶ ନର୍ସିଂ କଲେଜରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ବିକାଶ ନର୍ସିଂ କଲେଜ ପକ୍ଷରୁ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିକାଶ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡି ମୁରଲି କ୍ରିଷ୍ଣା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସେହିପରି ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର ନିର୍ଦ୍ଦେଶକ ବିବେକ ଦିଶାରୀ, ପ୍ରଶାସନିକ ଅଧିକାରୀ ସି ରବି ପ୍ରମୁଖ ଉପସ୍ଥିତ ଥିଲେ । ମା’ କ୍ଷୀର ଶିଶୁ ପାଇଁ ଉତ୍ତମ ଅଟେ । ଏହା ଦ୍ୱାରା ନବ ଜନ୍ମିତ ଶିଶୁର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ସ୍ତନ୍ୟପାନ ପାଇଁ ସଚେତନତା ଉଦ୍ଦେଶ୍ୟରେ ନର୍ସିଂ କଲେଜର ଛାତ୍ରୀମାନେ ପାଲା, ପେଣ୍ଟିଂ ଓ ରଙ୍ଗୋଲି ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ ।

Leave A Reply

Your email address will not be published.

two × 2 =