ପୋଲ ନାହିଁ : ନଦୀ ପାରହୋଇ ଟୀକା ନେବାକୁ ଯାଉଛନ୍ତି ପ୍ରସୂତି ଓ ଗର୍ଭବତୀ ମା’, ବାଧକ ସାଜିଛି ସିଲେଟକାନି-ସାରାସମାଲ ଜୋର୍

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଏକ ଜାତୀୟ ରାଜପଥ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାଘାଟ ଥିବା ବ୍ଲକ୍ । ଏହି ବ୍ଲକର ଉତ୍ତରରୁ ଦକ୍ଷିଣକୁ ଜାତୀୟ ରାଜପଥ ଯାଇଥିବା ବେଳେ ପଶ୍ଚିମରୁ ପୂର୍ବକୁ ବହି ଯାଉଛି ଦେଓଗାଁ ବ୍ଲକର ଜୀବନ ରେଖା ସୋନଗଡ ନଦୀ । ଚାରିପାଖେ ପାହାଡ, ପର୍ବତ ଘେରା ସୋନଗଡ ନଦୀରେ ୧୦ରୁ ଅଧିକ ବ୍ରିଜ ଏପରି ଏକ ସ୍ଥାନ ବଲାଙ୍ଗିର ଜିଲ୍ଲାରେ ଦେଖାନାହିଁ । ତଥାପି ଏକ ପୋଲ ଅଭାବରୁ ପଞ୍ଚାୟତର ମୁଖ୍ୟ କାର୍ଯ୍ୟାଳୟରୁ ପ୍ରସୂତି ଓ ଗର୍ଭବତୀ ମା’ମାନେ ନଦୀ ପାର ହୋଇ ଟୀକା ନେବାକୁ ପଡୋଶୀ ପଞ୍ଚାୟତର ଏକ ଗାଁକୁ ଆସିଥିବା ନେଇ ଖବର ଜଣାପଡିଛି । ଏପରି ଏକ ଖବର ଆସିଛି ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତର ସାରସମାଲ ଗାଁରେ । ପ୍ରତି ସପ୍ତାହରେ ସାରସମାଲ ଗାଁରୁ ଗର୍ଭବତୀ ଓ ପ୍ରସୂତି ମା’ମାନେ ତାଙ୍କ ଶିଶୁଙ୍କୁ ଧରି ଭେକସିନ ପଏଣ୍ଟ ସିଲେଟକାନି ଗାଁକୁ ଆସିଥାନ୍ତି । ଏପରିକି ଜୋର୍‌ରେ ପାଣି ଆସୁଥିଲେ ମଧ୍ୟ ତାକୁ ପାରି ହୋଇ ଆସିଥାନ୍ତି ବୋଲି ସରପଞ୍ଚ ଶ୍ରୀ ବାଗ କହିଛନ୍ତି । ଏପରି ସ୍ଥିତିରେ ସାରସମାଲ ଗାଁରେ ପ୍ରତି ମାସ ୨ଟି କ୍ୟାମ୍ପ କରାଗଲେ ଅଧିକ ସୁବିଧା ହେବା ସଙ୍ଗେ ଭବିଷ୍ୟତରେ ବିପଦର ସମ୍ଭାବନାକୁ ଏଡ଼ାଇ ଦିଆଯିବ ବୋଲି କହିଛନ୍ତି । ଏନେଇ ଦେଓଗାଁ ବ୍ଲକରେ ନୂତନ କରି ଯୋଗ ଦେଇଥିବା ବିପିଏମ୍ ଶ୍ରୀ ସାହୁଙ୍କୁ ପଚାରିବାରୁ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ୧୪ଟି ଉପକେନ୍ଦ୍ର ରହିଛି । ୧୪ଟି ଉପକେନ୍ଦ୍ରକୁ ହିତାଧିକାରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଉପକେନ୍ଦ୍ରକୁ ୪ଟି ଭେକସିନ ପଏଣ୍ଟ କରାଯାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.

two × 5 =