pakka

ରାଉରକେଲାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବା ନିମନ୍ତେ ସ୍ମାରକପତ୍ର ପ୍ରଦାନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରବାସୀଙ୍କ ସୁବିଧା ନିମନ୍ତେ ରାଉରକେଲାଠାରେ ଓଡିଶା ଷ୍ଟେଟ ହାଉସିଂ ବୋର୍ଡର କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେଉ ବୋଲି ଏକ ସ୍ମାରକପତ୍ର ସହକାରୀ ପ୍ରଶାସନିକ ଅଧିକାରୀଙ୍କ ମାଧ୍ୟମରେ ସଚୀବଙ୍କ ନିକଟକୁ ପ୍ରଦାନ କରାଯାଇଛି । ଏ ସଂପର୍କରେ ସମାଜସେବୀ ବିମଳ ବିଶିଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଶତାଧିକ ବ୍ୟକ୍ତିଙ୍କ ସ୍ୱାକ୍ଷରିତ ସମ୍ବଳିତ ଏକ ସ୍ମାରକପତ୍ର ସହକାରୀ ପ୍ରଶାସନିକ ଅଧିକାରୀ ସୂର୍ଯ୍ୟକାନ୍ତ ରାୟ ହସ୍ତରେ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ୨୦୦୪ ମସିହା ପୂର୍ବରୁ ହାଉସିଂ ବୋର୍ଡର ଏକ କାର୍ଯ୍ୟାଳୟ ବାସନ୍ତୀ କଲୋନୀଠାରେ କାର୍ଯ୍ୟକ୍ଷମ ଥିଲା । ଏହି କାର୍ଯ୍ୟାଳୟ ମାଧ୍ୟମରେ ସହରର ପ୍ରାୟ ୫ ହଜାରରୁ ଅଧିକ ବ୍ୟକ୍ତିଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ବିଭିନ୍ନ ସମସ୍ୟା ଭିତରେ ରହି କାର୍ଯ୍ୟାଳୟ ରୁଗ୍‌ଣ ଅବସ୍ଥାକୁ ଆସିବାରୁ ଏହାର ସମସ୍ତ କାର୍ଯ୍ୟକ୍ରମ ଭୁବନେଶ୍ୱର ଠାରେ ପରିଚାଳିତ ହେଲା । ଫଳରେ ନୋ ଅବଜେକ୍ସନ, ନୋ ଡିଉ, ନୋ ଲ୍ୟାଣ୍ଡ ପ୍ରମାଣପତ୍ର ତଥା ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପାଇଁ ବାରମ୍ବାର ଭୁବନେଶ୍ୱର ଦୌଡିବାକୁ ପଡିଲା । ଫଳରେ ୫ ଶହ ଟଙ୍କା ଖର୍ଚ୍ଚ ବଦଳରେ ୫ ହଜାର ଖର୍ଚ୍ଚ ହେଲା । ସହଜେ ଘର ନେଇଥିବା ବ୍ୟକ୍ତି ମାନେ ସଂପ୍ରତି ବାର୍ଦ୍ଧକ୍ୟରେ ତଥା ଦେହ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱର ଯିବା ସମ୍ଭବପର ହେଉନାହିଁ । ଯଦି ଏହି କାର୍ଯ୍ୟ ସବୁ ଏହିଠାରେ ହୁଅନ୍ତା ବା ଏଠିକାର କାର୍ଯ୍ୟାଳୟ ମାଧ୍ୟମରେ ହୁଅନ୍ତା ତେବେ ଉପଭୋକ୍ତାମାନେ ଉପକୃତ ହେବା ସଂଗେ ସଂଗେ ଅଯଥା ଆର୍ଥିକ ଖର୍ଚ୍ଚାନ୍ତରୁ ବଂଚିତ ହୁଅନ୍ତେ । ଏଣୁ ଏଠାରେ ଥିବା ରୁଗ୍‌ଣ କାର୍ଯ୍ୟାଳୟ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରାଯାଇଛି । ଏନେଇ ସହକାରୀ ପ୍ରଶାସନିକ ଅଧିକାରୀ ଶ୍ରୀ ରାୟ କହିଛନ୍ତି ଯେ, ଏହି କାର୍ଯ୍ୟ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ସମସ୍ୟାର ସମାଧାନ ନିମନ୍ତେ ଚେଷ୍ଟା କରାଯିବ । ହାଉସିଂ ବୋର୍ଡର ସଚିବ ସାଗରିକା ପଟ୍ଟନାୟକ ଏ ସଂପର୍କରେ କହିଛନ୍ତି ଯେ ଖୁବ୍ ଶୀଘ୍ର ରାଉରକେଲାରେ ଏକ ୧୧ ମହଲା ବିଶିଷ୍ଟ କାର୍ଯ୍ୟାଳୟ ସହ ବାସଗୃହ ନିର୍ମାଣ କରାଯାଇ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ କରାଯିବା । ଏଥିପାଇଁ ସେ ଆସନ୍ତା ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ରାଉରକେଲା ଆସିବାକୁ ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ବିଶି ଜଣାଇଛନ୍ତି । ଆଜିର ଏହି ପ୍ରତିନିଧିମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଜିତ ପୂଜାରୀ, ଆନନ୍ଦ ଚନ୍ଦ୍ର ମହାନ୍ତି, ନାରାୟଣ ଚନ୍ଦ୍ର ଜେନା, ଆର କେ ସେଠ୍, ରାକେଶ ମହାପାତ୍ର, ଅରୁଣ କୁମାର ପ୍ରଧାନ, ଏସ୍‌ କେ ରାମା, ଭାସ୍କର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eight + thirteen =