jayashree

ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗର ଏ ବ୍ଳକ ସ୍ଥିତ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣି ଟ୍ରଷ୍ଟ ମନ୍ଦିର ଆନୁକୂଲ୍ୟରେ ଅଁଳା ନବମୀ ଉପଲକ୍ଷେ ଶ୍ରୀ ଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରବକ୍ତା ମନୋଜ ପ୍ରଧାନ ଯୋଗଦେଇ ଜଗନ୍ନାଥ ସମ୍ପର୍କିତ ପ୍ରବଚନ ରଖିଥିଲେ । ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ବିଶ୍ଵାବସୁ, ଶ୍ରୀଜଗନ୍ନାଥ, ଦଇତାପତି, ବିଶ୍ଵାବସୁଙ୍କ ବଂଶଧର, ଶ୍ରୀକ୍ଷେତ୍ର, ଇନ୍ଦ୍ରଦ୍ୟୁମ୍ନ, ରାଣୀ ଗୁଣ୍ଡିଚା, ଶିବପାର୍ବତୀ ଓ ବଟବୃକ୍ଷ ଉପରେ କପୋତ କପୋତୀଙ୍କ କଥପୋକଥନ, ନୀଳକନ୍ଦରର ନୀଳମାଧବ, ଭଗବତୀଙ୍କ କୃପା ନଥିଲେ ଜଗନ୍ନାଥଙ୍କ ଭକ୍ତ ହୋଇନପାରିବା, ମା’ର ଭକ୍ତ ନହେଲେ ମହାଦେବଙ୍କ ଭକ୍ତ ହୋଇନପାରିବା, ହୁଳହୁଳିଆ ଛକ, ବାଟ ଗାଁରୁ ବାଟ ମଙ୍ଗଳା, ମା’ ସବୁବେଳେ ଦୁବ ପ୍ରିୟ କାହିଁକି, ଅଠର ନଳା ତଥା ଜଗନ୍ନାଥ ସଂସ୍କୃତି ଓ ମା ସଂସ୍କୃତି ସମ୍ପର୍କରେ ସରଳ ଭାବରେ ବ୍ୟାଖନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗୀତ ଓ ବାଦ୍ୟ ଯନ୍ତ୍ରରେ ଅଜିତ, ସୋମନାଥ ପାଲ, ସୁଦୀପ୍ତ ପଣ୍ଡା ଓ ରାଜେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ମ୍ୟାନେଜିଂ ଟ୍ରଷ୍ଟି ଆଲୋକ ରଂଜନ ମଲ୍ଲିକ , ବ୍ରଜେନ୍ଦ୍ର ଦାଶ, ମନୋଜ ପଣ୍ଡା, ପ୍ରଦୀପ ପଣ୍ଡା, ସୁଶିଲ ମିଶ୍ର, ଅମୂଲ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଚିନ୍ତନରେ ନିଜକୁ ମଜାଇ ଥିଲେ ।

Leave A Reply

Your email address will not be published.