pakka

ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

bbehera

ନୂଆପଡ଼, (ନିରାକାର ମେହେର) : ତହସିଲ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଅଫିସ୍‌ ଭିତରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇଲେ ଯୁବକ । ତାଙ୍କୁ ଗୁରୁତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ନୂଆପଡ଼ା ତହସିଲ୍‌ ଅଫିସ ଆଗରେ ଏହି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଏକ ଜମି ବିକ୍ରି ମାମଲାରେ ଯୁବକ ଜଣଙ୍କ ଏପରି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଗୁରୁତର ଯୁବକ ଜଣକ ହେଲେ ଜଗଦୀଶ ଚୌହାନ । ସେ ଜୋଙ୍କ ଥାନା କଲ୍ୟାଣପୁର ଗ୍ରାମର ବାସିନ୍ଦା । ଖବର ଅନୁସାରେ, ଜଗଦୀଶ ବାହା ହୋଇ ବହୁ ବର୍ଷ ହେଲା ଛତିଶଗଡ଼ରେ ରହୁଥିଲେ । ଗୁରୁବାର ସେ ନୂଆପଡ଼ା ତହସିଲ ଅଫିସ ଆସି ଜମି ବିକ୍ରି ପାଇଁ କାଗଜପତ୍ର କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରିଥିଲେ । କିନ୍ତୁ ସେଠାରୁ ତାଙ୍କୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା । ଫଳରେ ସେ ଆଗରୁ ଆଣିଥିବା ପେଟ୍ରୋଲକୁ ଅଫିସ ଭିତରେ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ତହସିଲ କର୍ମଚାରୀ ନିଆଁକୁ ଆୟତ୍ତ କରି ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.

seven + 10 =