pakka

ଜାତୀୟ ରାଜପଥରେ ପୋଲିସ ଓ ଡ୍ରାଇଭର ମହାସଂଘ ମଧ୍ୟରେ ଧସ୍ତାଧସ୍ତିରୁ ଖଣ୍ଡଯୁଦ୍ଧ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର-ବ୍ରହ୍ମପୁର ୧୬ନମ୍ବର ଜାତୀୟ ରାଜପଥରେ ପୋଲିସ ଓ ଡ୍ରାଇଭର ମହାସଂଘ ମଧ୍ୟରେ ଧସ୍ତାଧସ୍ତିରୁ ଆରମ୍ଭ ହେଲା ଖଣ୍ଡଯୁଦ୍ଧ । ଡ୍ରାଇଭର ମହାସଂଘର ଆନ୍ଦୋଳନର ଦ୍ୱିତୀୟ ଦିବସରେ ଆନ୍ଦୋଳନକାରୀ ଉତ୍ୟକ୍ତ ହୋଇ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସର ଲାଠି ମାଡ଼ରେ ଡ୍ରାଇଭର ମହାସଂଘର ଅନେକ ଆନ୍ଦୋଳନକାରୀ କର୍ମୀ ଆହତ ହୋଇଥିବା ବେଳେ ବହୁ ପୋଲିସ କର୍ମଚାରୀ ଓ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଗୋପାଳପୁର ଥାନାର ଏସ୍‌.ଆଇ. ଜୟଚନ୍ଦ୍ର ମଲ୍ଲିକ ଏବଂ ଗୋଳନ୍ଥରା ଥାନା ଆଇ.ଆଇ.ସି. ଗୁରୁତର ହୋଇଛନ୍ତି । ଜଗନ୍ନାଥପୁର ଜଙ୍କସନଠାରେ ଡ୍ରାଇଭର ସଙ୍ଘର ଧର୍ମଘଟ ବେଳେ ଡ୍ରାଇଭର ସଙ୍ଘ ଦଳର ଲୋକେ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ଆକ୍ରମଣ କରିଥିଲେ । ଏଥିରେ ପୋଲିସ କର୍ମଚାରୀ ଓ ପୋଲିସ ଅଫିସର ଆହତ ହୋଇଥିବା ବେଳେ ଅଧିକ ପୋଲିସ ପହଞ୍ଚିବା ପରେ ଡ୍ରାଇଭର ସଂଘ ତରଫରୁ ଛତ୍ରଭଙ୍ଗ ଦିଆଯାଇଥିବା ଜଣାପଡିଛି । ଏବେ ବି ପରିସ୍ଥିତି ଅଶାନ୍ତ ଓ ଅଣାୟତ ରହିଥିବା ସୂଚନା ମିଳିଛି । ଘଟଣା ଘଟିବା ପରେ ଏବେ ସୁଦ୍ଧା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ଅଦ୍ୟାବଧି ଜାତୀୟ ରାଜପଥର ଜଗନ୍ନାଥପୁର ଜଙ୍କସନଠାରେ ପରିସ୍ଥିତି ଅଣାୟତ ହୋଇଯାଇଛି । ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ଓ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ସ୍ଥିତିକୁ ସୁଧାରିବାରେ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.

7 − 2 =