pakka

ଦେବଦୂତ ସାଜି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ରେଳବାଇ କନେଷ୍ଟବଳ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦେବଦୂତ ସାଜି ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ଆର୍‌.ପି.ଏଫ୍‌. କନେଷ୍ଟବଳ । ଛତ୍ରପୁର ରେଳ ଷ୍ଟେସନରେ ଜଣେ ଯୁବକଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଛନ୍ତି ଜଣେ ଆରପିଏଫ୍‌ ଯବାନ । ଚଳନ୍ତା ଟ୍ରେନରୁ ଡେଇଁପଡି ଜଣେ ଯୁବକ ରେଳ ଧାରଣା ଭିତରକୁ ଟାଣି ହୋଇଯିବା ପୂର୍ବରୁ ଯୁବକ ଜଣଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଛନ୍ତି ଛତ୍ରପୁରର କାର୍ଯ୍ୟରତ ଆର୍.ପି.ଏଫ୍ କନଷ୍ଟେବଳ । ସୂଚନାମୁତାବକ ଗତକାଲି କେନ୍ଦ୍ରାପଡ଼ା ଡେରାବିସ ଅଞ୍ଚଳର ଯୁବକ ଅନୀଲ ସେଠି ଭୁବନେଶ୍ୱରରୁ କୋଣାର୍କ ଏକ୍ସପ୍ରେସରେ ମୁମ୍ବାଇ ଯାଉଥିବା ବେଳେ ଛତ୍ରପୁର ଷ୍ଟେସନ ୨-ନମ୍ବର ପ୍ଲାଟଫର୍ମରେ ଗାଡି ଛାଡିବା ସମୟରେ କୌଣସି କାରଣବଶତଃ ଟ୍ରେନରୁ ଡେଇଁପଡିଥିଲେ ଫଳରେ ରେଳ ଧାରଣା ଆଡକୁ ଟାଣି ହୋଇ ଚାଲିଯାଇଥିଲେ । ସେହି ସମୟରେ ପ୍ଲାଟଫର୍ମରେ ଡ୍ୟୁଟିରେ ଥିବା ଆରପିଏଫ୍ କନଷ୍ଟେବଳ ପ୍ରସନ୍ନ କୁମାର ନାୟକ ନିଜର ଉପସ୍ଥିତ ବୁଦ୍ଧି ଓ ସାହସିକତା ଦେଖାଇ ତାଙ୍କୁ ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ । କନଷ୍ଟେବଳ ପ୍ରସନ୍ନଙ୍କ ଉପସ୍ଥିତ ବୁଦ୍ଧି ଓ ସାହସିକତାକୁ ଦେଖି ସମସ୍ତେ ବେଶ୍ ପ୍ରଶଂସା କରିଛନ୍ତି ।ଛତ୍ରପୁରବାସୀ ତାଙ୍କୁ ଭୂୟସୀ ପ୍ରସଂଶା କରିବା ସାଂଗକୁ ଛତ୍ରପୁର ରେଳ ବଳ ସୁରକ୍ଷା ବିଭାଗକୁ ସାଧୁବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

9 + 4 =

error: Content is protected !!