jayashree

ଦେଓଗାଁ ସର୍ବଭାରତୀୟ କପ୍ କ୍ରିକେଟ ଉଦଯାପିତ

  • ପଦମପୁର ବିଜେତା, କଳାହାଣ୍ଡି ଉପବିଜେତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳପଡ଼ିଆରେ ଦେଓଗାଁ କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ସର୍ବଭାରତୀୟ କପ୍ ଦେଓଗାଁ କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି । ଏହି ହୋଇଥିବା ପ୍ରଥମ ସେମଫାଇନାଲ ମ୍ୟାଚ ଡ୍ରିମ୍ ଏକାଦଶ ଢେଙ୍କାନାଳ ଏବଂ ବୁଲେଟ୍ ଏକାଦଶ କଳାହାଣ୍ଡି ଦଳ ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଢେଙ୍କାନାଳ ଦଳ ନିର୍ଦ୍ଧାରିତ ୮ ଓଭରରେ ୬ ୱିକେଟ ବିନିମୟରେ ୭୭ ରନ କରିଥିଲା । ଅନ୍ୟପକ୍ଷରେ ବିପକ୍ଷ କଳାହାଣ୍ଡି ଦଳ ୬.୪ ଓଭରରେ ୩ ୱିକେଟ ବିନିମୟରେ ଲକ୍ଷ୍ୟପୁରଣ କରି ପ୍ରତିଯୋଗିତାର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚରେ ଢେଙ୍କାନାଳ ଦଳର ଖେଳାଳି ଅମନ୍ ଖାନ୍ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ । ସେହିପରି ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଏବି ବିହାର ଏବଂ ଅଜୁବା ମହକାଳ ଏକାଦଶ ପଦମପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବିହାର ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ପଦମପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ୫ ୱିକେଟ ବିନିମୟରେ ୧୩୯ ରନ କରିଥିଲା । ଅନ୍ୟପକ୍ଷରେ ବିପକ୍ଷ ଏବି ବିହାର ଦଳ ୩ ୱିକେଟ ହରାଇ ମାତ୍ର ୮୨ ରନ କରିବାକୁ ସକ୍ଷମ ହୋଇଥିବାରୁ ଆଜୁବା ଏକାଦଶ ପଦମପୁର ଦଳ ୫୭ ରନରେ ଜିତି ଫାଇନାଲରେ ପ୍ରବେଶ କରିଥିଲା । ଏହି ମ୍ୟାଚରେ ୧୩ ବଲ୍ ଖେଳି ୧୦ ଛକା ବଳରେ ୬୦ ରନର ଆକର୍ଷଣୀୟ ପାଳି ଖେଳି ଛୋଟୁ ଆକାଶ ନାମରେ ସାରା ଓଡ଼ିଶାରେ ଜଣାଶୁଣା ମହେନ୍ଦ୍ର ଚନ୍ଦନ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଉଭୟ ସେମିଫାଇନାଲ ମ୍ୟାଚର ବିଜେତା ଦଳ କଳାହାଣ୍ଡି ଏବଂ ପଦମପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଟସ ଜିତି କଳାହାଣ୍ଡି ଦଳ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଦମପୁର ଦଳ ନିର୍ଦ୍ଧାରିତ ୮ ଓଭରରେ ୬ ୱିକେଟ ହରାଇ ୧୦୫ ରନ କରିଥିବା ବେଳେ ବିପକ୍ଷ କଳାହାଣ୍ଡି ଦଳ ସମସ୍ତ ଓଭର ଖେଳି ୮ ୱିକେଟ ହରାଇ ମାତ୍ର ୬୦ ରନ କରି ପରାଜିତ ହୋଇଥିଲେ । ବିଜୟୀ ଦଳର ନାରା ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଦେଓଗାଁ ସର୍ବଭାରତୀୟ କପ୍ କ୍ରିକେଟ ପ୍ରତିଯୋଗିତାରେ ଅଜୁବା ଏକାଦଶ ପଦମପୁର ଦଳ ଚାମ୍ପିଅନ ହୋଇଥିବା ବେଳେ ବୁଲେଟ ଏକାଦଶ କଳାହାଣ୍ଡି ଉପ ବିଜେତା ହୋଇଛି । ଦେବାଶିଷ ପାଟଶାନି ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ଶ୍ରେଷ୍ଠ ବୋଲର ଭାବେ ମଣ୍ଟୁ ବରିହାଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଖେଳଗୁଡିକୁ ଶ୍ରିବନ୍ତ ନାଏକ, ରଞ୍ଜିତ୍ ନାଗ ଏବଂ ରାକେଶ ବେହେରା ପରିଚାଳନା କରିଥିବା ବେଳେ ସ୍କୋରର ଦାୟିତ୍ୱ ଅଙ୍କିତ ନାଗ ତୁଳାଇଥିଲେ । ପ୍ରତିଯୋଗିତାର ସମସ୍ତ ମ୍ୟାଚରେ ରେଫରି ଭାବେ ଶ୍ରୀକାନ୍ତ ସାହୁ ଦାୟୀତ୍ୱ ତୁଳାଉଥିବା ବେଳେ ସିଧାପ୍ରସାରଣ ସୁରଥ ଦାସ ଲାଇଭ ଓ ଧାରା ବିବରଣୀ ପ୍ରଦାନ କରିଥିଲେ ପାର୍ଥ ସାରଥୀ ଦାସ । ଦେଓଗାଁ କ୍ରିକେଟ ସଂଘ ଓ ପ୍ରତିଯୋଗିତା ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.