jayashree

ଲକ୍ଷେ ଘର ଗଣ୍ଡା ସମାଜର ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ଦେଓଗାଁ ଡ଼ାକ ବଙ୍ଗଳାରେ ବ୍ଲକ୍ ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଡମ୍ବରୁଧର ହରପାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବିଡ଼ିଓ ପ୍ରିୟରଞ୍ଜନ କୁମାର ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଲଡିଏ ପ୍ରତିଷ୍ଠା ଲବ ସୁନା, କୁତୁର୍ଲା ସରପଞ୍ଚ ତେଜ ହରପାଲ, ଜିପିଇଓ ସେନାପତି ମଙ୍ଗରାଜ, ମୁଖ୍ୟବକ୍ତା ମୁରିବାହାଲ କଲେଜ ଅଧକ୍ଷ ରମେଶ ମହାନନ୍ଦ, ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ସଂପାଦକ ଶ୍ରୀବସୀ ନାଗ, ଉପଦେଷ୍ଟା ବୀରେନ୍ଦ୍ର ରାଏ, ଉଦ୍ଧବ ବାରିକ, ଅନାବ ବାରିକ ମଞ୍ଚାସୀନ ହୋଇଥିଲେ । କୋଷାଧକ୍ଷ ଶେଷଦେବ କୁମ୍ଭାର, କାର୍ଯ୍ୟକାରୀ ସଭାପତି ଜୋନ ୧୩ ମହାଦେବ ସୁନା ଓ ଜୋନ ୧୨ର ସୁଶୀଲ ନାଗ, କାର୍ଯ୍ୟକାରୀ ସଭାପତି ଗୁରୁଦେବ କୁମ୍ଭାର ସହଯୋଗ କରିଥିବା ବେଳେ ରାଧାକାନ୍ତ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନୀଳକଣ୍ଠ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.