ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍‌ ଉଦ୍‌ଯାପିତ

csstore
  • ଷ୍ଟାଡିୟର ଭିତ୍ତିଭୂମିର ବିକାଶ କରାଯିବ – ନରସିଂହ
  • ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟା, ଦୟା ରନର୍ସଅପ ୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପ
  • ଭେଟେରାନ ଖେଳାଳି ଡା. ଦୀପକ ବାରିକଙ୍କୁ ତ୍ରିମୁକୁଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ବଲାଙ୍ଗିର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍‌ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି ସମସ୍ତ ବିଭାଗର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଉଦ୍‌ଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡା. ବେଣୁଧର ପାଣ୍ଡେ, ଜିଲ୍ଲା ସଂଘର ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା ମଂଚାସୀନ ଥିଲେ । ଆଜିର ୯ ବର୍ଷ ବାଳକରେ ଆଦିତ୍ୟ ନାରାୟଣ ଚମ୍ପିୟାନ ହୋଇଥିବା ବେଳେ ମୟଙ୍କ ଶ୍ରୀୟାଂଶ ସାହୁ ଚମ୍ପିୟାନ ହୋଇଛନ୍ତି । ୧୧ ବର୍ଷ ବାଳକରେ ସମର୍ଥ ପାଢୀ ଚମ୍ପିୟାନ ହୋଇଥିବା ବେଳେ ଅର୍ଣ୍ଣବ ସାହୁ ରନର୍ସଅପ ହେଇଛନ୍ତି । ବାଳିକା ବିଭାଗରେ ଆଦ୍ୟାଶା ଆଚାର୍ଯ୍ୟ ଚମ୍ପିୟାନ, ଆଫିଆ ମଞ୍ଜର ରନର୍ସଅପ ହୋଇଛନ୍ତି । ବାଳକ ଡବଲ୍ସରେ ମିହିର ମନନ ଓ ନୈତିକ ଦାସ ରନର୍ସଅପ, ଆୟାଂଶ ପତି ଓ ଅର୍ଣ୍ଣବ ସାହୁ ଚମ୍ପିୟାନ ହୋଇଛନ୍ତି । ୧୩ ବର୍ଷ ବିଭାଗରେ ବାଳକ ସିଙ୍ଗଲରେ ଅରୁଜ ମହାଣା ଚମ୍ପିୟାନ, ଶ୍ରୀୟାଂଶ ପତି ରନର୍ସଅପ, ବାଳିକା ସିଙ୍ଗଲରେ ରିଚା ଅଗ୍ରୱାଲ ଚମ୍ପିୟାନ, ସ୍ୱେତାଶ୍ରୀ ନାଏକ ରନର୍ସଅପ, ବାଳକ ଡବଲ୍ସରେ ଶ୍ରୀୟାଂଶ ପତି ଓ ଅର୍ଣ୍ଣବ ସାହୁ ଚମ୍ପିୟାନ, ଶ୍ରୀୟାଂଶ ନାୟକ ଓ ଅନ୍ୱେଷ ସାହୁ ରନର୍ସଅପ ହୋଇଛନ୍ତି । ବାଳିକା ଡବଲ୍ସ ରେ ସ୍ୱେତାଶ୍ରୀ ଓ ଶ୍ରେୟାଂଶ୍ରୀ ଚମ୍ପିୟାନ, ସ୍ନେହାଶ୍ରଦ୍ଧା ଓ ଆରୋହି ରନର୍ସଅପ ହୋଇଛନ୍ତି । ୧୫ବର୍ଷ ବାଳକ ସିଙ୍ଗଲରେ ସାଇ ଚନ୍ଦନ ମହାନ୍ତି ଚମ୍ପିୟାନ, ସାଇ ଆୟୁଷ ପୁରୋହିତ ରନର୍ସଅପ, ବାଳିକାରେ ରିଚା ଅଗ୍ରୱାଲ ଚମ୍ପିୟାନ, ଅଲିସା ବାନୋ ରନର୍ସଅପ, ବାଳକ ଡବଲ୍ସରେ ଗତିକ ଓ ସାଇ ଆୟୁଷ ଚମ୍ପିୟାନ, ସୂର୍ଯ୍ୟାଂଶ ଓ ଶ୍ରୀୟାଂଶ ପତି ରନର୍ସଅପ, ବାଳିକା ଡବଲ୍ସରେ ନିୟତି ପଦ୍ମିନୀ, ଅନ୍ୱେଷା ମୋଲାନା ଚମ୍ପିୟାନ, ଆଲିସା ବାନୋ ଓ ବିଭୁ ପ୍ରଭା ରନର୍ସଅପ ହୋଇଛନ୍ତି । ୧୭ ବର୍ଷ ବାଳକରେ ଅମନ ଅଗ୍ରୱାଲ ଚମ୍ପିୟାନ,ଶ୍ରେୟାଂଶ କେଜ୍ରିୱାଲ ରନର୍ସଅପ ହୋଇଛନ୍ତି । ବାଳିକା ସିଙ୍ଗିଲ୍ସରେ ନିୟତି ପଦ୍ମିନୀ ଚମ୍ପିୟାନ ଅନ୍ୱେଷା ମଲାନା ରନର୍ସଅପ, ବାଳିକା ଡବଲ୍ସରେ ରିଚା ଅନନ୍ୟା ଯୋଡି ଚମ୍ପିୟାନ, ଇତିଶ୍ରୀ ଓ ଆଦ୍ୟାଶା ଯୋଡି ରନର୍ସଅପ ହୋଇଛନ୍ତି । ବାଳକ ଡବଲ୍ସରେ ନିଗମାନନ୍ଦ ଓ ଶ୍ରୀୟାଂଶ ଯୋଡି ଚମ୍ପିୟାନ, ସାଇ ଚନ୍ଦନ ଓ ଅମନ ଅଗ୍ରୱାଲ ରନର୍ସଅପ ହୋଇଛନ୍ତି । ୧୯ ବର୍ଷ କମ୍‌ ବୟସ ବର୍ଗରେ ଶ୍ରୀୟାଂଶ କେଜ୍ରିୱାଲ ଚମ୍ପିୟାନ, ବିଜୟ ଗୁଡିଆ ରନର୍ସଅପ, ବାଳିକା ସିଙ୍ଗଲ୍ସ ରେ ନନ୍ଦିନୀ ଲାଲ ଚମ୍ପିୟାନ, ଦୟା ପଟେଲ ରନର୍ସଅପ, ବାଳକ ଡବଲ୍ସରେ ନିଗମାନନ୍ଦ ଓ ବିନୀତଙ୍କ ଯୋଡି ଚମ୍ପିୟାନ, ଲୋକେସ ବେହେରା ଓ ଓବେଶ ଖାନ ରନର୍ସଅପ ହୋଇଛନ୍ତି । ମିକ୍ସ ଡବଲ୍ସରେ ବିନୀତ ନାଏକ ନନ୍ଦିନୀ ଲାଲ ଚମ୍ପିୟାନ, ଅର୍ଣ୍ଣବ ଅନନ୍ୟା ଅଗ୍ରୱାଲ ରନର୍ସଅପ ହୋଇଛନ୍ତି । ସିନିୟର ଚମ୍ପିୟାନ ହୋଇଛନ୍ତି ପିୟୁଷ ନାଗ ରନର୍ସଅପ ହୋଇଛନ୍ତି ନିଖିଳ ସୁନା, ସିନିୟର ମହିଳା ଚମ୍ପିୟାନ ହୋଇଛନ୍ତି ଦୟା ପଟେଲ, ରନର୍ସଅପ ହୋଇଛନ୍ତି ନନ୍ଦିନିଲାଲ । ସିନିୟର ପୁରୁଷ ଡବଲ୍ସରେ ପିୟୁଷ ଓ ବିନୀତଙ୍କ ଯୋଡି ଚମ୍ପିୟାନ, ନିଖିଳ ଓ ହିମାଂଶୁ ହାତୀ ରନର୍ସଅପ ହୋଇଛନ୍ତି । ମିକ୍ସ ଡବଲ୍ସରେ ହିମାଂଶୁ ହାତୀ, ସାୟାଂଶି ନାହାକ ଚମ୍ପିୟାନ, ରାକେଶ ଜୈସୱାଲ ଶ୍ରୀୟା ସୁମନ ମିଶ୍ର ରନର୍ସଅପ ହୋଇଛନ୍ତି । ଭେଟେରାନ ବର୍ଗରେ ୩୫ ବର୍ଷ ବର୍ଗ ରେ ଥବିର ସାହୁ ଚମ୍ପିୟାନ, ସିବୁନ ରଥ ରନର୍ସଅପ ହୋଇଛନ୍ତି । ଏହି ବର୍ଗର ଡବଲ୍ସ ରେ ଚନ୍ଦ୍ରଶେଖର ମିଶ୍ର ଓ ପ୍ରକାଶ ସାହୁ ଚମ୍ପିୟାନ, ସୂର୍ଯ୍ୟ ପ୍ରଧାନ ଓ ଶଙ୍କର ରାଏ ରନର୍ସଅପ ହୋଇଛନ୍ତି । ୪୦ ବର୍ଷ ପୁରୁଷ ସିଙ୍ଗଲରେ ଆଶୁତୋଷ ପଣ୍ଡା ଚମ୍ପିୟାନ, ଶଙ୍କର ରାଏ ରନର୍ସଅପ ହୋଇଛନ୍ତି । ଏହି ବର୍ଗର ପୁରୁଷ ଡବଲ୍ସରେ ମନୋଜ ଓ ଶଙ୍କର ରାଏ ଯୋଡି ଚମ୍ପିୟାନ, ଆଶୁତୋଷ ଓ ମାନସ ମହାନ୍ତି ରନର୍ସଅପ ହୋଇଛନ୍ତି । ୪୫ ବର୍ଷ ବୟସ ବର୍ଗରେ ସିଙ୍ଗଲରେ ମନୋଜ ବେହେରା ଚମ୍ପିୟାନ, ସୁମନ୍ତ ନାଏକ ରନର୍ସଅପ, ଏହି ବର୍ଗର ଡବଲ୍ସରେ ସଂଗ୍ରାମ ବେହେରା
ଡା. ଦୀପକ ବାରି ଚମ୍ପିୟାନ, ସୁମନ୍ତ ନାଏକ ପୂର୍ଣ୍ଣଚନ୍ଦ୍ର ପଟେଲ ରନର୍ସଅପ, ୫୦ ବୟସ ବର୍ଗରେ ଦିପକ ବାରିକ ଚମ୍ପିୟାନ ଓ ସଂଗ୍ରାମ ବେହେରା ରନର୍ସଅପ, ଏହି ବର୍ଗରେ ଡବଲ୍ସରେ ସଂଗ୍ରାମ ବେହେରା ଓ ଡା. ଦୀପକ ବାରିକ ଚମ୍ପିୟାନ, ଡା. ବେଣୁଧର ପାଣ୍ଡେ ଓ ଘନଶ୍ୟାମ ମିଶ୍ର ରନର୍ସଅପ, ୬୦ ବର୍ଷ ବର୍ଗରେ ଡା.ବେଣୁଧର ପାଣ୍ଡେ ଓ ଡା. ପ୍ରଦୀପ କୁମାର ସାହୁ ଚମ୍ପିୟାନ, ଗୋପାଳ ଚନ୍ଦ୍ର ପଣ୍ଡା ଓ ସନାତନ ହାତୀ ରନର୍ସଅପ, ୬୫ ବର୍ଷ ବୟସ ବର୍ଗ ସିଙ୍ଗଲରେ ସନାତନ ହାତି ଚମ୍ପିୟାନ ହୋଇଥିବା ବେଳେ ଗୋପାଳ ଚନ୍ଦ୍ର ପଣ୍ଡା ରନର୍ସଅପ ହୋଇଛନ୍ତି । ଲେବେଲ-୩ ଜିଲ୍ଲା ଚମ୍ପିୟାନସିପ୍‌ରେ ୧୩ ବର୍ଷ ସିଙ୍ଗଲ୍ସରେ ଆର୍ୟନ ଆଦିତ୍ୟ ମିଶ୍ର ରନର୍ସଅପ ଓ ଆର୍ୟନ ସାହୁ ଚମ୍ପିୟାନ, ୧୫ ବର୍ଷ ବର୍ଗରେ ଅର୍ଣ୍ଣବ ବାଗ ରନର୍ସଅପ ଓ ପ୍ରିୟାଂଶ ରାଉତ ଚମ୍ପିୟାନ ହୋଇଛନ୍ତି ।

Leave A Reply

Your email address will not be published.