pakka

ଡାଙ୍ଗବାହାଲରେ ‌୯୦ତମ ଝୁଲଣ ଯାତ୍ରା ଉଦ୍‌ଯାପିତ

bbehera

ଗାଇସିଲେଟ, (ପୁସ୍ତମ ଯୁଆଡି) : ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଗାଁରେ ୯୦ତମ ଝୁଲଣ ଯାତ୍ରା ତା:୧୦.୮.୨୦୨୨ରୁ ୧୨.୮.୨୦୨୨ ତିନିଦିନ ଧରି ମହାସମାରୋହରେ ପ୍ରଭୁ ରଧାକୃଷ୍ଣଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ଏହି ଯାତ୍ରାରେ ପ୍ରତାପ କୁମାର ସାହୁ ଓ ରିତା ସାହୁ ପୂଜା କର୍ତ୍ତା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଡାଙ୍ଗବାହାଲ ପୂଜା କମିଟି ସହଯୋଗ କରିଥିଲେ । ଏଥିରେ କୁର୍ଲୁବାହଲ, ଡାଙ୍ଗବାହାଲ ରାଇସଲପଦର, ଜାମମାଲ ଓ ଗାଇସିଲେଟ ଗ୍ରାମର ମହିଳା ଓ ପୁରୁଷ ସଂକୀର୍ତ୍ତନ ଦଳ ଯୋଗ ଦେଇଥିଲେ ଓ ଶେଷଦିନରେ ପଶ୍ଚିମ ଓଡିଶାର ସୁନାମଧନ୍ୟ କୀର୍ତ୍ତନ ଗାହାକମାନଙ୍କୁ ନେଇ କୀର୍ତ୍ତନ୍ୟ ଧାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପ୍ରତେକ ଦିନ ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା ।

Leave A Reply

Your email address will not be published.

5 × 1 =