pakka

ଘୁନଘୁଟିପାଲିରେ ଝୁଲଣ ଯାତ୍ରା

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଘୁନଘୁଟିପାଲି ଗ୍ରାମରେ ଦୀର୍ଘ ପାଞ୍ଚ ଦିନ ବ୍ୟାପୀ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ନିକଟ ଦେଉଳଗାଁରୁ ରାଧାକୃଷ୍ଣଙ୍କ ଜୁଗଳ ମୁର୍ତ୍ତିକୁ ଝୁଲାଇ ଝୁଲାଇ କୀର୍ତ୍ତନ କରି ଘୁନଘୁଟିପାଲି ଗ୍ରାମକୁ ଅଣାଯାଇଥାଏ ଓ ପାଞ୍ଚ ଦିନ ବ୍ୟାପୀ ଭାଗବତ ପଠନ ସହ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ ଓ ରାକ୍ଷୀ ପୂର୍ଣ୍ଣିମା ଦିନ ଯୁଗଳ ମୁର୍ତ୍ତିକୁ ରଥାରୁଢ କରି ନଗର ପରିକ୍ରମା କରାଯାଏ । ଏହି ଯାତ୍ରା ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତ ସମାଗମ ହୋଇଥାନ୍ତି । ଚଳିତ ବର୍ଷ ପୂଜା କର୍ତ୍ତା ଭାବେ ଅକ୍ଷୟ ସାହୁ ଓ ଖେଳମତି ସାହୁ ରହିଥିଲେ । କମିଟିର ହରିଶ୍ଚନ୍ଦ୍ର ବଗର୍ତ୍ତି, ବିଦ୍ୟାଧର ବିଶି, ଅର୍ଜୁନ ସାହୁ, ରମଣିକାନ୍ତ ପଟେଲ ଓ କୋଶଳ ଷ୍ଟାର ଯୁବକ ସଂଘର ଯୁବକମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × five =