jayashree

ସେଞ୍ଚୁରିଅନ୍‌ ବିଦ୍ୟାଳୟ ପରିସରରେ ପ୍ରି-ହୋଲି ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବସନ୍ତର ଆଗମନରେ ପରିବେଶରେ ପରିବର୍ତ୍ତନ ଆସିଥାଏ । ସେହିପରି ମଣିଷର ମନରେ ମଧ୍ୟ ସମୟ ସମୟରେ ନୂତନ ବିଚାର ଓ ପରିପକ୍ୱତାର ପରିବର୍ତ୍ତନ ଆସିବା ଉଚିତ । ଏହି ଆଭିମୁଖ୍ୟ ସହିତ ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ ହୋଲି ଉତ୍ସବ ପାଳନର ଉଦ୍ଦେଶ୍ୟ ନେଇ ଆଜି ସେଞ୍ଚୁରିଅନ୍‌ ବିଦ୍ୟାଳୟ, ବ୍ଲସମ୍‌ କନ୍‌ସେପ୍ଟ ସ୍କୁଲ, ଓ ଦିଲ୍ଲୀ ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ପ୍ରି-ହୋଲି ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ସବୁ ଅନୁଷ୍ଠାନର ୩୦୦ରୁ ଅଧିକ ଅଭିଭାବକଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଉତ୍ସବଟି ସକାଳ ୧୦ଟାରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଉତ୍ସବଟି ପରିଚାଳିତ ହୋଇଥିଲା । ଏହା ବ୍ୟତୀତ ଉତ୍ସବରେ ସେଞ୍ଚୁରିଅନ୍‌ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ବ୍ଲସମ କଂସେପ୍ଟ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସୁନନ୍ଦିନୀ ଗୁରୁ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି, ସେଞ୍ଚୁରିଅନ ବିଦ୍ୟାଳୟର ଉପାଧ୍ୟକ୍ଷା ଡ଼. ପୂଣ୍ୟତୋୟା ବିଶ୍ଵାଳ, ସିଏଚ୍‌ଏସ୍‌ଇ ଯୁକ୍ତଦୁଇ ବିଜ୍ଞାନର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ହେଲୋ କିଡ଼୍‌ସ୍‌ ସ୍କୁଲର ଅଧ୍ୟକ୍ଷ ଶ୍ରୀମତୀ ସୁଷମା ମୁଣ୍ଡ ଉପସ୍ଥିତ ରହି ଉତ୍ସବଟିର ସଫଳ ପରିଚାଳନାରେ ଯୋଗଦାନ କରିଥିଲେ । ଉତ୍ସବଟିର ପ୍ରାରମ୍ଭରେ ସହରର ପ୍ରତିଷ୍ଠିତ ମ୍ୟୁଜିକ ବ୍ୟାଣ୍ଡ ‘ହାରମୋନୀ’ ଗ୍ରୁପର ସଦସ୍ୟମାନେ ସଂଗୀତ ପରିବେଷଣ କରିଥିଲେ । ସମସ୍ତ ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନେ ରାଧା, କୃଷ୍ଣଙ୍କର ପୋଷାକ ପରିଧାନ କରି ଅଭିନୟ କରିଥିଲେ । ଏହା ପରେ ରଙ୍ଗ ଖେଳ ଆରମ୍ଭ ହୋଇଯାଇଥିଲା । ଯାହାକି ପରିବେଶରେ ଆନନ୍ଦ ଓ ଭାତୃତ୍ୱର ଭାବନା ସୃଷ୍ଟି କରିଥିଲା । ଉତ୍ସବ ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘ଦହିହାଣ୍ଡି’ ଭାଙ୍ଗିବାର ମନୋରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିପରି ଭାବରେ ଉତ୍ସବଟିର ପରିସମାପ୍ତି ହୋଇଥିଲା । ଅନୁଷ୍ଠାନର ଏପରି ଅଭିନବ ପ୍ରୟାସକୁ ସମସ୍ତ ଅଭିଭାବକ ଓ ଅଭିଭାବିକା ସ୍ୱାଗତ କରିଛନ୍ତି ଓ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.