csstore

କପିଲାଭଟାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ବରଗଛପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅସ୍ଥାୟୀ ସଭାପତି ପଙ୍କଜ ବିଶିଙ୍କ ସଭାପତିତ୍ୱରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବେ ଲୋକନାଥ ହଂସ, ଉପସଭାପତି ଭାବେ ନୀଳକଣ୍ଠ ହଂସ, ସମ୍ପାଦକ ଅଶୋକ କୁମାର ବିଶି, ସହ ସମ୍ପାଦକ ଭାବେ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଭାବେ ନରଫଳ ହଂସ, ସହ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବିଶି, ସଂଗଠକ ଭାବେ ପ୍ରେମଲାଲ ହଂସ, ସହ ସଂଗଠକ ସଞ୍ଜୟ ହଂସ, ସଦସ୍ୟ ଭାବେ କର୍ଣ୍ଣ ହଂସ, ଥବିର ହଂସ, ଜିତେନ୍ଦ୍ର ହଂସ, ଯୋଗୀଚନ୍ଦ୍ର ବିଶି, ହରିଶ୍ଚନ୍ଦ୍ର ରଣା, ମୁରଲୀ ଅଦା, ନରେନ୍ଦ୍ର ପୁଞ୍ଜି, ଭୀଷ୍ମ ହଂସ, ସୁରେଶ ହଂସ, ଯୋଗିନ ହଂସ ପ୍ରମୁଖ ସଦସ୍ୟ ରହିଛନ୍ତି । ଉପଦେଷ୍ଟା ଭାବେ ଭୁରିଶ୍ରବା ବିଶି, ନୀଳମଣି ବିଶି, ଡମ୍ବରୁ ହଂସ, ସୁକଧର ହଂସ, ଚିନ୍ତା ହଂସ, ଗୋପୀନାଥ ବିଶି ପ୍ରମୁଖ ମନୋନୀତ ହୋଇଛନ୍ତି । ଆସନ୍ତା ମେ ମାସ ୧୨ ତାରିଖ ଅଧିବାସ,୧୩ ତାରିଖ ନାମ ଆରମ୍ଭ ହୋଇ ୧୫ ତାରିଖ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି ।

jayashree
Leave A Reply

Your email address will not be published.