୧୭ତମ କଣ୍ଟାମାଳ ଲୋକକଳା ମହୋତ୍ସବ ଉଦ୍‌ଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ମହାମାରୀ କରୋନା ଯୋଗୁଁ ଗତ ଦୁଇ ବର୍ଷ ପରେ ସୋମବାର ୧୭ତମ କଣ୍ଟାମାଳ ଲୋକ ମହୋତ୍ସବର ଉଦ୍‌ଘାଟନୀ ଅଣସରରେ ପୁଣି ଥରେ ସୁନାମଧନ୍ୟ କଳାକାରମାନଙ୍କ ନୃତ୍ୟ ଗୀତରେ ଦୁଲୁକିଲା ହରିଶଙ୍କର କଳା ମଣ୍ଡପ । ଉତ୍ସବର ଉଦ୍‌ଘାଟନୀ ସଭାରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସସ୍ମିତା ସେନାପତି ମୁଖ୍ୟଅତିଥି ଓ ବିଶିଷ୍ଟ ନାଟ୍ୟ ଶିଳ୍ପୀ ଗଦାଧର ବାରିକ, ୧ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି ସୁମିତ୍ରା ସାହୁ, ୨ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି ପଦ୍ମାଳୟା ପ୍ରଧାନ, କଣ୍ଟାମାଳ ବ୍ଲକ ବିଡ଼ିଓ କଳାକୃଷ୍ଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହ କଣ୍ଟାମାଳ ଅଞ୍ଚଳର କଳା, ସଂସ୍କୃତି ସଂପର୍କରେ ବକ୍ତଵ୍ୟ ରଖିଥିଲେ । ଉତ୍ସବକୁ ପ୍ରଗତି ଅନୁଷ୍ଠାନର ସମ୍ପାଦକ ତଥା ଉତ୍ସବର ଆବାହକ ଦିବ୍ୟ ଶଙ୍କର ରାଉତ ସଭା ପରିଚାଳନା କରିଥିବା ବେଳେ ସଭ୍ୟ ଧରଣିସେନ୍ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅପରାହ୍ନରେ କଣ୍ଟାମାଳ ଗିରିଗୋବର୍ଦ୍ଧନ ପୀଠରୁ ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ନଗର ପରିକ୍ରମା କରି ହରିଶଙ୍କର କଳା ମଣ୍ଡପକୁ ପହଞ୍ଚି ଥିଲା । ସଭାକାର୍ଯ୍ୟ ପରେ ମଞ୍ଚାସୀନ ସମସ୍ତ ଅତିଥିମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡ଼ିଶି, ସମ୍ବଲପୁରୀ, ଢୋଲ ମହୁରୀ, ଲୋକ କଳାର ରଙ୍ଗା ରଙ୍ଗ ନୃତ୍ୟ ଗୀତ ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରିଥିଲା ।

Leave A Reply

Your email address will not be published.

10 − 5 =