jayashree

ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ମନୋନୟନ ପ୍ରକ୍ରିୟା ସମାପ୍ତ

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଇନ୍ଦ୍ରାବତୀ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସାଂସଦ ନିର୍ବାଚନରେ ବିଜେଡ଼ି ଦ୍ୱାରା ପରୋକ୍ଷ ସମର୍ଥିତ ଛାତ୍ରଛାତ୍ରୀ ମାନେ ନିର୍ବାଚନ ମଇଦାନରେ ବାଜିମାତ କରିଥିବା ସୂଚନାରୁ ପ୍ରକାଶ । ଏହି ନିର୍ବାଚନ ପ୍ରକ୍ରିୟାରେ ଜୟପାଟଣା ଅତିରିକ୍ତ ତହସିଲଦାର ଓ ଜୟପାଟଣା ଥାନା ଅଧିକାରୀଣୀ ନିର୍ବାଚନ ଦାୟିତ୍ଵରେ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସମୟ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ସଭାପତି ପଦବୀ ପାଇଁ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ଅସୀମ ସାଗର ଏବିଭିପି ସମର୍ଥିତ ପ୍ରାର୍ଥୀ ପୁଷ୍ପାଞ୍ଜଳି ଦୁର୍ଗାଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ଉପସଭାପତି ପୂର୍ଣ୍ଣଚନ୍ଦ୍ର ବାଗ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ସାଧାରଣ ସମ୍ପାଦକ ଯଶୋଦା ହରିଜନ ପ୍ରତିଦ୍ୱନ୍ଦିତାରେ ସିଦ୍ଧାନ୍ତ ଦେହୁରୀଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସାଂସ୍କୃତିକ ସମ୍ପାଦକ ହେମାଙ୍ଗିନି ନାଏକ, କ୍ରୀଡା ସମ୍ପାଦକରେ ଧର୍ନୁଜୟ ପୂଝାରୀ ନିର୍ଦ୍ୱନ୍ଦରେ ବିଜୟୀ ହୋଇଛନ୍ତି । ଏହି ବିଜୟ ପରେ ସ୍ଥାନୀୟ ରାଜନିତୀ ସରଗରମ ହୋଇଉଠିଛି । ନିର୍ବାଚନ ହୋଇଥିବା ପ୍ରତିନିଧି ମାନେ ଆଗାମୀ ଦିନରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.