jayashree

ବେହେରେନସିଲେଟ ବିଦ୍ୟାଳୟରେ ବିଶ୍ୱ ହାତଧୂଆ ଦିବସ ପାଳିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ହିଆଁଲ କ୍ଲଷ୍ଟର ଅନ୍ତର୍ଗତ ବେହେରେନସିଲେଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ହାତଧୂଆ ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ତୁରେକେଲା ଜଗବନ୍ଧୁ ମାଝୀ, ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଭାରେ ପିତାମାତା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶ୍ରୀ ଦାଶ ହାତ ଧୋଇବା ସୁସ୍ଥ ରହିବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତାପରେ ସମସ୍ତଙ୍କ ସମ୍ମୁଖରେ ହାତ କିପରି ଧୋଇବା ଉପରେ ନିଜେ ହାତ ଧୋଇ ଦେଖେଇଥିଲେ । ହାତ ଧୋଇବାର ପଦ୍ଧତିକୁ ଅନୁସରଣ କରି ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ହାତ ଧୋଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଭୁରଷି ରଣା, ତୁଷାରକାନ୍ତ ବଡଜେନା, ପୃଥିବୀ ରାଜ ବାରଲେବଡିଆ, ଶିଶୁ ସେବିକା ଦୁରପତି ମାଝୀ ସହଯୋଗ କରିଥିଲେ । ତାପରେ ଚଳିତ ଶିକ୍ଷା ବର୍ଷର ଦ୍ୱିତୀୟ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଜଗବନ୍ଧୁ ମାଝୀ, ସିଆରସିସି ବିରଞ୍ଚି ନାରାୟଣ ଦାଶ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲେମରାଜ ମାଝୀ, ଉପସଭାପତି ଲୀଳେନ୍ଦ୍ରି ମହାନନ୍ଦ, ବରିଷ୍ଠ ଶିକ୍ଷକ ଭୁରଷି ରଣା ଯୋଗ ଦେଇଥିଲେ । ବୈଠକରେ ବାଳିକା ସୁରକ୍ଷା, ବାଲ୍ୟବିବାହ, ଶିଶୁ ଶ୍ରମିକ, ନିଶାମୁକ୍ତ ଭାରତ ଭଳି ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ପଚାଶରୁ ଅଧିକ ଅଭିଭାବକ ଯୋଗ ଦେଇଥିଲେ ।

Leave A Reply

Your email address will not be published.