jayashree

ଚାଉଳ ଗୋଦାମରେ ପ୍ଲାଣ୍ଟସାଇଟି ପୋଲିସର ଚଢ଼ାଉ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳରେ ଏକ ଚାଉଳ ଦୋକନ ଏବଂ ଚାଉଳ ଗୋଦାମରେ ପୋଲିସ ଚଢ଼ାଉ କରି ଯାଞ୍ଚ କରୁଛି । ଚାଉଳ ହେର୍‌ଫେର୍‌ ଏବଂ ନକଲି ଚାଉଳ ଘଟଣା ସନ୍ଦେହରେ ପୋଲିସ ଗୋଦାମ ଏବଂ ଚାଉଳ ଦୋକାନରେ ପୋଲିସ ଫୋର୍ସ ଧରି କରୁଛି ଯାଞ୍ଚ । ସୂଚନା ଅନୁସାରେ ଦୀର୍ଘ ଦିନହେଲା ଜଣେ ଚାଉଳ ବ୍ୟବସାୟୀ ଜଣେ ପ୍ରତିଷ୍ଠିତ ଚାଉଳ କମ୍ପାନୀର ନାମରେ ନିଜର ନିମ୍ନମାନର ଚାଉଳ ଭର୍ତ୍ତିକରି ବଜାରରେ ବିକ୍ରି କରୁଥିବା ଜଣାପଡିଥିଲା । ସେହି ଆଧାରରେ ପ୍ଲାଣ୍ଟସାଇଟ ଥାନା ପୋଲିସ ଚାଉଳ ହେର୍‌ଫେର୍‌ କରୁଥିବା ବ୍ୟବସାୟୀର ଦୋକାନ ଓ ଗୋଦାମରେ ଚଢ଼ାଉ କରି ଘଟଣାର ତଦନ୍ତ କରୁଛି । ତଦନ୍ତ ଶେଷରେ ସତ୍ୟ ସାମ୍ନାକୁ ଆସିବ ।

Leave A Reply

Your email address will not be published.