pakka

କୋଶଳ କଳାମଣ୍ଡଳ ପଡିଆଠାରେ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓରମାସ, ମିଶନ ଶକ୍ତି, ଓଡିଶା ଜୀବୀକା ମିଶନ, ଡିଆରଡିଏ ଓ ଭଲାଙ୍ଗିର ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି । ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକାରୀ ନୀତିନ କୁଶଲକର, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇଙ୍କ ଉପସ୍ଥିତିରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଫିତା କାଟି ପଲ୍ଲିଶ୍ରୀ ମେଳାକୁ ଉଦ୍‌ଘାଟିତ କରିଥିଲେ । କୋଭିଡ କଟକଣା ହେତୁ ଗତ ଦୁଇବର୍ଷ ଧରି ଏହି ପଲ୍ଲିଶ୍ରୀ ମେଳା ଆୟୋଜିତ ହୋଇପାରି ନଥିବା ବେଳେ ଗଳିତ ବର୍ଷ ଏହି ମେଳାର ଆୟୋଜନ ବେଶ୍‌ ଉତ୍ସାହପ୍ରଦ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଏହି ପଲ୍ଲିଶ୍ରୀ ମେଳାରେ ୧୨୫ ଗୋଟି ଷ୍ଟଲଲ୍କରାଟାଇଛି । ରାଜ୍ୟର ସମସ୍ତ ଜିଲ୍ଲାର ସ୍ୱଂୟ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଏବଂ ବିଭିନ୍ନ କୁଶଳୀ କାରୀଗରଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଷ୍ଟଲ ଗୁଡିକରେ ପ୍ରଦର୍ଶିତ ହେବା ସହ ବିକ୍ରୟ କରାଯାଉଛି । ଏତତ୍‌ବ୍ୟତିତ ରାଜ୍ୟ ବାହାର ର ୧୦ ଗୋଟି ଷ୍ଟଲ ଏହି ପଲ୍ଲିଶ୍ରୀ ମେଳାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ କରିବା ସହ ବିକ୍ର୍ରୟ ବ୍ୟବସ୍ଥା କରିଛନ୍ତି । ଏହି ପଲ୍ଲିଶ୍ରୀ ମେଳାରେ ମୋଟ ୨୧୦ ଗୋଟି ସ୍ୱଂୟ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ କୁଶଳୀ କାରୀଗରମାନେ ଅଂଶ ଗ୍ରହଣ କରିଛନ୍ତି । ଏହି ପଲ୍ଲିଶୀ ମେଳା ଜୁନ୍‌ ମାସ ୫ ତାରିଖଠାରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୫ଦିନ ଧରି ଚାଲିବାକୁ ଥିବା ଏହି ମେଳାର ସୁଯୋଗ ନେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓରମାସର ଯୁଗ୍ମ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ କମଳେନ୍ଦୁ ପଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶାରଦା ପ୍ରସାଦ ମିଶ୍ର, ଉପନିର୍ଦ୍ଦେଶକ ଉଦ୍ୟାନକୃଷି ପି.କେ. ଭଞ୍ଜ, ଜିଲ୍ଲା ପ୍ରକଳ୍ପ ସଂଯୋଜିକା ମିଶନ ଶକ୍ତି ସୁମଦ ଦ୍ୱିବେଦୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଂଜନ ମିଶ୍ରଙ୍କ ସମେତ ଓରମାସ, ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

2 × 3 =