pakka

ଓଡିଶା ଡ୍ରାଇଭର ସଂଘ ଧଣ୍ଡାମୁଣ୍ଡା ଶାଖାର ସାଧାରଣ ବୈଠକ ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଧଣ୍ଡାମୁଣ୍ଡା ପଞ୍ଚାୟତ ଓଡିଶା ଡ୍ରାଇଭର ମହାସଂଘର ଏକ ବୈଠକ ବେନକେରା ସ୍କୁଲ ନିକଟରେ ମହାସଂଘର ଧଣ୍ଡାମୁଣ୍ଡା ଶାଖା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡ୍ରାଇଭର ମାନଙ୍କର ଜୀବନ ବୀମା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂଘର ଏକ ନୂତନ କମିଟି ଗଠନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ଧଣ୍ଡାମୁଣ୍ଡା ପଞ୍ଚାୟତରେ ନୂତନ ସଭାପତି ଭାବେ ଦେବାନନ୍ଦ ପଟ୍ଟନାୟକଙ୍କୁ ଚୟନ କରାଯାଇଥିଲା । ଏଥିରେ ମହରାପଦର, ଭାନପୁର, ନାନ୍ଧପଲା, ଧଣ୍ଡମୁଣ୍ଡା ଚାରୋଟି ପଞ୍ଚାୟତକୁ ନେଇ ଏକ ସଭାପତି ଚୟନ କରାଯାଇଛି । ଲାଠୋରର ସଭାପତି ଦିଲୀପ, ଅନ୍ତରର୍ଯ୍ୟାମୀ, ସିମାଞ୍ଚଳ, ଖପ୍ରାଖୋଲ ପଞ୍ଚାୟତର ସଭାପତି ଧନୁଧର ବାରିକ, ନୀଳ, ରାଜୁ, ସାମନ୍ତ, ଅର୍ଜୁନ ଓ ଧଣ୍ଡାମୁଣ୍ଡା ସଭାପତି ଦେବାନନ୍ଦ ପଟ୍ଟନାଏକ ଓ ସମସ୍ତ ଗ୍ରାମର ଡ୍ରାଇଭର ସଂଘ ସଭାପତି ସମ୍ପାଦକ ଅଂଶଗ୍ରହଣ କରିଥିବା ବେଳେ ନୂତନ ଭାବେ ମନୋନୀତ ହୋଇଥିବା ସଭାପତି ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

1 × 4 =