pakka

ରାଜ୍ୟସ୍ତରୀୟ ଆଲୋଚନାଚକ୍ର ‘ଶିକ୍ଷା ଓ ଶିକ୍ଷକ ସମସ୍ୟା’

kalikesh

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ ଭବନ, ବଲାଙ୍ଗିରରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୁଳ୍ୟରେ ଏକ ରାଜ୍ୟ ସ୍ତରୀୟ ଶୈକ୍ଷିକ ଆଲୋଚନା ଚକ୍ର ଆଚାର୍ଯ୍ୟ ସୁଚିତ୍ରା ସୁନାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ମୁଖ୍ୟ ଅତିଥିରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡିଶାର ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ବୈାଦ୍ଧ, ଦେବଗଡ, ଝାରସୁଗୁଡା, ବରଗଡ, ନୂଆପଡା, କଳାହାଣ୍ଡି, ନବରଂଗପୁର, ରାୟଗଡା ପ୍ରଭୃତି ଜିଲ୍ଲାର ଶିକ୍ଷକ ପ୍ରତିନିଧି ଗଣ ଯୋଗଦାନ କରି ତାଙ୍କର ମୁଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ । କୋଭିଡ-୧୯ରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୂଷୁଡି ପଡିଥିବା ବେଳେ ଶିକ୍ଷକମାନଙ୍କୁ ଏଥିପାଇଁ ଅଭିଭାବକମାନଙ୍କ ସହ ମିଶି ଦାୟିତ୍ୱବାନ ଭାବେ ଶିକ୍ଷାର ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ପଡିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା । ଏହା ବ୍ୟତିତ ପୁରୁଣା ପେନ୍‌ସନ୍‌ ସ୍କିମ, ଶିକ୍ଷକମାନଙ୍କ ସମାନ ଦରମା ଓ ସମାନ ପଦ ଘୋଷଣା, ଘରଭଡା, ମଧ୍ୟାହ୍ନ ଭୋଜନର ଦରବୃଦ୍ଧି ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯିବାର ନିଷ୍ପତ୍ତି ଗ୍ରହଣ କରାଗଲା । ଆଲୋଚନା ଚକ୍ରରେ ସମ୍ବଲପୁର ସଭାପତି ରାଜ କିଶୋର ସାହୁ, ବଲାଙ୍ଗିର ବ୍ଲକ ସଭାପତି ଅକ୍ଷୟ କୁମାର ପାଢୀ ଓ ସୁବର୍ଣ୍ଣପୁର ଜିଲ୍ଲା ସଂପାଦକ ପଂଚାନନ ମେହେରଙ୍କୁ ବିଦାୟ କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ସବିଶେଷରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ଉପଢୈାକନ ଦେଇ ସମ୍ମାନିତ କରିବା ପରେ । ବଲାଙ୍ଗିର ଜିଲ୍ଲା ମନୋନୟନ କମିଟି ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଶାନ୍ତିଲତା ସାହୁ, ସଂପାଦକ ଭାବେ ହରେକୃଷ୍ଣ ରଥ, ସାଂଗଠାନିକ ସଂପାଦକ ଭାବେ ଜିତେନ୍ଦ୍ର ମାଝି, ଆଂଚଳିକ ସଂପାଦକ ଭାବେ ରଘୁନାଥ ଷଡଙ୍ଗୀ, ପ୍ରକାଶ ପଣ୍ଡା ଓ ସତ୍ୟନାରାୟଣ ପୁରୋହିତ । ଉପସଭାପତି ଭାବେ ପ୍ରଶାନ୍ତ ପୁରୋହିତ, ବିଣାପାଣି ବୁଡେକ, ତୁଷାର କର୍ମୀ, ସହ ସଂପାଦକ ଭାବେ ରସୁଲ ଖାନ, ଅନୁପମା ପ୍ରହରାଜ, ଜୟଦେବ ବିଶି ଓ ଉପଦେଷ୍ଟା ଭାବେ ସୁଚିତ୍ରା ସୁନା, ସନ୍ଦୁ ଭୂଷଣ ଡାଙ୍ଗ, ତପନ କୁମାର ଦାଶ, ପୃଷ୍ଠ ପୋଷକ ଆନନ୍ଦ ଯୋଷୀ, ଶଶି ଭୂଷଣ ପଟେଲ, ଅଶୋକ ସାହୁଙ୍କ ନାମ ଘୋଷଣା କରି ସଭା ସାଙ୍ଗ କଲେ । ଏହି ସଭାରେ ବଲାଙ୍ଗିର ଜିଲ୍ଲାରୁ ମଧୁ ସୁଦନ ନାୟକ, ଅନୁପମା ପ୍ରହରାଜ, ହରେକୃଷ୍ଣ ରଥ, ରଘୁନାଥ ଷଡଙ୍ଗୀ, ଶୈକ୍ଷିକ ସମସ୍ୟା ଆଲୋଚନା କରିଥିବା ବେଳେ, କଳାହାଣ୍ଡି ଜିଲ୍ଲାରୁ ସୁଧୀର ରଥ, ନୁଆଁପଡାରୁ ଯଶୋବନ୍ତ ପଣ୍ଡା, ବୈାଦ୍ଧରୁ ପ୍ରମିଳା ପାଢୀ, ସୁବର୍ଣ୍ଣପୁରରୁ ଶଙ୍କର ପୂଝାରୀ, ବରଗଡରୁ ମୁକୁନ୍ଦ ମହରା, ସମ୍ବଲପୁରରୁ ରାଜ କିଶୋର ସାହୁ, ବାବୃ ବାହାନ ଭୋଇ, ଦିଲିପ ବହିଦାର ଝାରସୁଗୁଡାରୁ ପ୍ରମୋଦ ନାୟକ ଏବଂ ଦେବଗଡରୁ ଘନଶ୍ୟାମ ସାହୁ ପ୍ରଭୃତି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ଫେଡେରେସନ୍‌ରୁ ଗୌରାଙ୍ଗ ଚରଣ ମଲ୍ଲିକ, ଦିଲିପ ବହିଦାର, ଦେବରାଜ ହୋତା ପ୍ରମୁଖ ସଭାକାର୍ଯ୍ୟକୁ ପରି·ଳନା କରିଥିଲା । ସାମ୍ବାଦିକ ଦିପକ ପୁରୋହିତ, ତରୁଣ ସାହୁ, ଆନନ୍ଦ ସାହୁ, ବଳରାମ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

pp
Leave A Reply

Your email address will not be published.

3 × 3 =