jayashree

ଶାନ୍ତିପଡ଼ା ନବଦୁର୍ଗା ପୂଜାରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାରେ ଚାଲିଥିବା ନବଦୁର୍ଗା ପୂଜାରେ ଉପସ୍ଥିତ ରହି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମୁକେଶ କୁମାର ମହାଲିଙ୍ଗ ମା’ ଦୁର୍ଗାଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ଅବସରରେ ଶାନ୍ତିପଡ଼ା ଦୁର୍ଗା ମଣ୍ଡପର ମୁଖ୍ୟ ପୂଜକ ପଣ୍ଡିତ ବୈଦ୍ୟନାଥ ମିଶ୍ର ପୂଜାଅର୍ଚ୍ଚନା କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମହାଲିଙ୍ଗଙ୍କ ଉପସ୍ଥିତିରେ ଶାନ୍ତିପଡ଼ା ଦୁର୍ଗାପୂଜା କମିଟିର ସଦସ୍ୟମାନେ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟମନ୍ତ୍ରୀ ଡଃ. ମହାଲିଙ୍ଗ ମା’ ଜଗତ୍‌ଜନନୀଙ୍କ ପର୍ବ ଅବସରରେ ସମସ୍ତ ବଲାଙ୍ଗିରବାସୀଙ୍କ ମଙ୍ଗଳ କାମନା କରିଥିବା ବେଳେ ସମସ୍ତେ ମା’ଙ୍କ ପାଖରେ ଆଶ୍ରିତ ହୋଇ ବଲାଙ୍ଗିରର ବିକାଶ ପାଇଁ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.