jayashree

ମା’ ସୁରେଶ୍ୱରୀଙ୍କ ମହିଷାମର୍ଦ୍ଦିନୀ ବେଶ

  • ମା’ ଭଗବତୀ ଓ ଦୁର୍ଗାଦେବୀଙ୍କ ସିଦ୍ଧିଦାତ୍ରୀ ବେଶ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଦେବଭୂମି ସୁବର୍ଣ୍ଣପୁରରେ ଶାରଦୀୟ ନବରାତ୍ରିର ନବମ ଦିବସ ଅବସରରେ ମା’ ସୁରେଶ୍ୱରୀ ମହିଷାମର୍ଦ୍ଦିନୀ ବେଶରେ ଏବଂ ମା’ ଭଗବତୀ ଓ ମା’ ଦୁର୍ଗାଦେବୀ ସିଦ୍ଧିଦାତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ଦେବୀଙ୍କ ଦିବ୍ୟବେଶ ଦର୍ଶନ ପାଇଁ ବିଭିନ୍ନ ଶକ୍ତିପୀଠରେ ଭକ୍ତଙ୍କ ସମାଗମ ହୋଇଥିଲା । ପୌରାଣିକ ମତ ଅନୁସାରେ, ମା’ ସିଦ୍ଧିଦାତ୍ରୀ ଭକ୍ତଙ୍କୁ ସିଦ୍ଧି ଓ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରୁଥିବାବେଳେ ମା’ ମହିଷାମର୍ଦ୍ଦିନୀ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଅଟନ୍ତି । ଏହି ଅବସରରେ ଦେବୀଙ୍କ ଆରାଧନାରେ ସମଗ୍ର ସୁବର୍ଣ୍ଣପୁର ସହର ଭକ୍ତିମୟ ହୋଇଉଠିଥିଲା ।

Leave A Reply

Your email address will not be published.