
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରର ଇଷ୍ଟଦେବୀ ଜଗତ ଜନନୀ ମା’ ସୁରେଶ୍ୱରୀଙ୍କ ପୀଠରେ ଆସନ୍ତା କାଲି ଏକ ଦିବ୍ୟ ଓ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିବ । ଆସନ୍ତା କାଲି ମଙ୍ଗଳବାର ମା’ ନୂଆ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ । ସୁନାବେଶରେ ଝଲସିବେ ମା’ ସୁରେଶ୍ଵରୀ । ମଙ୍ଗଳବାର ଦଶମୀ ଦିନ ସକାଳ ୬ ଟା ରୁ ବୁଧବାର ଏକାଦଶୀ ରାତି ୧୦ ଟା ଯାଏଁ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କୁ ସୁନା ବେଶରେ ଦର୍ଶନ ଦେବେ ମା’ ସୁରେଶ୍ଵରୀ । ନୂତନ ଭାବରେ ନିର୍ମିତ ସୁନା ମୁହଁ, ସୁନା ମୁକୁଟ ଓ ବିଭିନ୍ନ ପ୍ରକାର ସୁନା ଗହଣାରେ ଆଭୂଷିତ ହେବେ ମା’ ସୁରେଶ୍ଵରୀ । ମା’ ଭକ୍ତଙ୍କ ଦ୍ଵାରା ସମର୍ପିତ ଅଳଙ୍କାରରେ ଆଭୂଷିତ ହୋଇ ପ୍ରଥମ ଥର ପାଇଁ ସୁନା ବେଶରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଯାହା କି ଜିଲ୍ଲାବାସୀଙ୍କ ପାଇଁ ଏକ ଗୌରବ ତଥା ଆନନ୍ଦର ମୁହୂର୍ତ୍ତ ଏବଂ ଜିଲ୍ଲା ପାଇଁ ଶୁଭଙ୍କର ବୋଲି ଭକ୍ତମାନେ କହିଛନ୍ତି ।