pakka

ମୀନାବଜାର ନିକଟରୁ ୨ ଘଣ୍ଟା ଭିତରେ ୫୫ଟି ମୋବାଇଲ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡପ ଠାରେ ଚାଲୁଛି ମିନା ବଜାର । ମୀନାବଜାରର ମଜା ନେବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ବେଳେ ଏହି ଭିଡର ସୁଯୋଗ ନେଇ ମାତିଛନ୍ତି ମୋବାଇଲ ଚୋର ବୋଲି ବିଳମ୍ବିତ ରାତ୍ରୀରେ ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତକାଲ ରାତି ୮ଟାରୁ ୧୦ଟା ମଧ୍ୟରେ ୫୫ଟି ମୋବାଇଲ ଚୋରି ହୋଇଥିବା ବେଳେ ମୋବାଇଲ ଚୋରିର ଶିକାର ହୋଇଥିବା ଲୋକମାନେ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅନ୍ୟପଟେ ଟାଉନ ପୋଲିସ ୨ ଜଣଙ୍କୁ ସନ୍ଦେହ କରି ଥାନାକୁ ଆଣି ପଚରା ଉଚୁରା କରୁଥିବା ଜଣାପଡିଛି ।

Leave A Reply

Your email address will not be published.

8 + 8 =