pakka

ମୋହନଗିରୀ ଧବଳେଶ୍ଵର ପୀଠରେ ଶିବ ବିବାହ ଉତ୍ସବ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ମୋହନଗିରି ଧବଳେଶ୍ୱର ପୀଠଠାରେ ଶିବ ବିବାହ ଉତ୍ସବ ତିନି ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ବର ପିତା ଭାବରେ ସୁରେଶ ମିଶ୍ର ସପତ୍ନୀକ ଏଵଂ କନ୍ୟା ପିତା ଭାବରେ ବିଷ୍ଣୁ ପ୍ରସାଦ ମହାପାତ୍ର ସପତ୍ନୀକ ଦାୟିତ୍ଵ ନିର୍ବାହ କରିଥିଲେ । ରୀତିନୀତି ଅନୁସାରେ ସାରା ଦିନରାତି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଇଥିଲା । କମିଟି ତରଫରୁ ଶାନ୍ତନୁ ପଧାନ, ପବିତ୍ର ମହାଖୁଡ଼, ରେଙ୍ଗଠୁ ବାରିକ, ଆଶୋକ ପଧାନ, ରାକେଶ କୁମାର ପୋଢ଼ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

thirteen − five =