
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିକାଶ ଶିକ୍ଷାନୁଷ୍ଠାନର ଅଷ୍ଟମ ବାର୍ଷିକ ଉତ୍ସବ ‘ହାରଭେଷ୍ଟ ୨୦୨୬ ବିକାଶ ୱିସତମ ପାର୍କ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଡ. ଜୟଦେବ ଷଡ଼ଙ୍ଗୀ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିରୂପେ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବକୋଣ୍ଡା, ଡି. ନାଗେଶ୍ୱର ରାଓ ଚେୟାରମ୍ୟାନ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ସମୂହ, ତି. ପ୍ରତାପ ପରିଚାଳନା ମଣ୍ଡଳୀ ସଦସ୍ୟ, ଡି. ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ସମୂହ, ଡି. ରାମକୁମାର ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନ ସମୂହ, ତି. ବିଜୟା ମୁଖ୍ୟ ଶିକ୍ଷା ଅଧିକାରୀ, ତି. ପଦ୍ମିନୀ ମୁଖ୍ୟ ଶିକ୍ଷା ଅଧିକାରୀ, ସୁରଜ ଦଶାରୀ ପରିଚାଳନା ମଣ୍ଡଳୀ ସଦସ୍ୟ, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ, ସୁଶ୍ରୀ ଆରତୀ ମିଶ୍ର ଅଧ୍ୟକ୍ଷା ବିକାଶ ଆବାସିକ ବିଦ୍ୟାଳୟ ଓ ଅନ୍ୟାନ୍ୟ ଶାଖାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ବାୟୋଗ୍ୟାସ ପ୍ଲାଣ୍ଟ ଓ କେଫେଟେରୀୟାର ଶୁଭଉଦ୍ଘାଟନ ହୋଇଥିଲା । ଏହା ପରେ ପରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଷଡଙ୍ଗୀ କଳାହାଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ବିକାଶ ଶିକ୍ଷା କ୍ଷେତ୍ରରେ ଏକ ଅନନ୍ୟ ସୁଯୋଗ ସୃଷ୍ଟି କରିଛି ଛାତ୍ରଛାତ୍ରୀ ମାନେ ଏହାର ଉପଯୁକ୍ତ ଲାଭ ଉଠାଇବା ଉଚିତ ବୋଲି ତାଙ୍କ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ । ଅଧ୍ୟକ୍ଷମାନେ ନିଜ ନିଜ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ଚେୟାରମ୍ୟାନ ଡି. ନାଗେଶ୍ୱର ରାଓ ଆଗାମୀ ଦିନରେ ବିକାଶ ଶିକ୍ଷା କ୍ଷେତ୍ରରେ ଆହୁରି ଅନେକ ଯୁଗାନ୍ତକାରୀ ପଦକ୍ଷେପ ହାତକୁ ନେବ ବୋଲି ଦର୍ଶାଇ ଥିଲେ । ମୁଖ୍ୟ ଶିକ୍ଷା ଅଧିକାରୀ ତି. ପଦ୍ମିନୀ ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଶିକ୍ଷା ଅଧିକାରୀ ଡି. ବିଜୟା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନିର୍ଦ୍ଦେଶକ ଡି. ଶ୍ୟାମ ଓ ଡି. ରାମକୁମାରଙ୍କ ପୋଡକାଷ୍ଟ “ବିକାଶ ବାଣୀ’ ରେ ପ୍ରସାରିତ ହୋଇଥିଲା । ଅନୁଷ୍ଠାନ ତରଫରୁ ପାରା ବ୍ୟାଡମିଣ୍ଟନ ଖେଳାଳି ଅଜୟ କୁମାର ପ୍ରଧାନଙ୍କୁ ସମ୍ମାନିତ କରିବା ସହ ତାଙ୍କୁ ଆର୍ଥିକ ସହାୟତା ସ୍ୱରୂପ ୨୧,୦୦୦ ଟଙ୍କାର ଏକ ଚେକ ପ୍ରଦାନ କରାଯାଇଥିଲା । ଏହା ପରେ ପରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା । ଏହା ପରେ ଛାତ୍ରୀଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା ।