jayashree

ସଂସ୍କୃତି ଓ ପ୍ରତିଭା ଅନ୍ୱେଷଣର ମହାକୁମ୍ଭ, ଜିଲ୍ଲା ସ୍ତରୀୟ “ସର୍ଗି ଫୁଲ” ଉଦ୍‌ଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଖଲିଆଭଟା ସ୍ଥିତ ସରକାରୀ(ଏସ୍‌ ଏସ୍‌ ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୧୭ତମ ଜିଲ୍ଲା ସ୍ତରୀୟ ସଂସ୍କୃତି ଓ ପ୍ରତିଭା ଅନ୍ୱେଷଣ ନେଇ ଆୟୋଜିତ “ସର୍ଗି ଫୁଲ” ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଅନୁସୂଚିତ ଜାତି, ଜନ ଜାତି ଉନ୍ନୟନ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଆହୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ୫୨ଟି ଆବାସିକ ବିଦ୍ୟାଳୟର ପ୍ରାୟ ଆଠସହ ଛାତ୍ରଛାତ୍ରୀ ଯୋଗ ଦେଇ ନିଜ ନିଜର ବହୁବିଧ ପ୍ରତିଭାର ପରିଚୟ ଦେଇ ପୁରସ୍କୃତ ହୋଇଥିଲେ । ସାମଗ୍ରିକ ପରିଚାଳନା ପାଇଁ ସମସ୍ତ ବିଦ୍ୟାଳୟରୁ ପ୍ରାୟ ୧୫୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଥିଲେ । କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ଜ୍ଞାନ ବିଜ୍ଞାନ ମେଳା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଉଦ୍‌ଘାଟନୀ ଉତ୍ସବରେ ଜୟପାଟଣା ବିଡିଓ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଧର୍ମ ରାଜ ମାଝୀ ସଭାପତିତ୍ୱ କରିଥିବା ବେଳେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିଜୟ ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମାଜ ସେବୀ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରବାନ, ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, କଳାହାଣ୍ଡି ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ଅବସର ପ୍ରାପ୍ତ ଭାରତୀୟ ସେବା ପ୍ରଶାସନିକ ଅଧିକାରୀ ଗଙ୍ଗାଧର ମାଝୀ, ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟସିଂ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଆଦିବାସୀ ସଂଘ ସଭାପତି ମନୋଜ ପାତ୍ର, ସରପଞ୍ଚ ଶ୍ରୀମତୀ ପୂଝାରୀ, ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ପ୍ରଧାନ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ସହକାରୀ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗର ଉପସଭାପତି କୈଶବ୍ ବିହାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଧର୍ମଗଡ ଉପଜିଲ୍ଲାପାଳ ସୁଶ୍ରୀ ପ୍ରେଖ୍ୟା ଅଗ୍ରୱାଲ, ଏସଡିପିଓ ଉର୍ସିତା ଆଡେପୁ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ମୋହିତ କୁମାର ଭୋଇ, ଉପସ୍ଥିତ ଥିବା ବେଳେ ସହକାରୀ ଶିକ୍ଷକ ପ୍ରଶାନ୍ତ ଛତ୍ରିଆ ମଞ୍ଚ ପରିଚାଳନା କରିଥିଲେ । ସହକାରୀ ଶିକ୍ଷକ ଦୀପକ ରଞ୍ଜନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ଜୟପାଟଣା ପଂଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀବଲ୍ଲଭ ସାମନ୍ତ ରାୟ, ବରିଷ୍ଠ ସମାଜ ସେବୀ ଯୁଧିଷ୍ଠିର ସୁନା, ଅତିରିକ୍ତ ମଙ୍ଗଳ ଅଧିକାରୀ ରୋହିତ ଭୋଇ, ଅବସର ପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ମୁଖ୍ୟବକ୍ତା ବେଦବ୍ୟାସ ପ୍ରଧାନ, ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅଧୋ ମୁଣ୍ଡା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶତ୍ରୁଜିତ୍ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ଶିକ୍ଷକ ସନ୍ତୋଷ କୁମାର ମେହେର ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.