shyamal

ମୁଖ୍ୟମନ୍ତ୍ରୀଙ୍କ ନୂତନ ପ୍ରକଳ୍ପର ଉଦ୍‌ଘାଟନ : ଭର୍ଚୁଆଲ୍ ମୋଡରେ ଛତ୍ରପୁରର ପିଲିବନ୍ଧପାର୍କ ଲୋକାର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ କାର୍ୟ୍ୟକ୍ରମରେ ତାରାତାରିଣୀ ପୀଠ ନିକଟରେ ଆୟୋଜିତ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟକ୍ରମର ଭିତ୍ତିସ୍ଥାପନ, ଶିଳାନ୍ୟାସ, ଅନୁଷ୍ଠାନିକ ଉଦ୍‌ଘାଟନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରୁଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ସୂଚନାଯୋଗ୍ୟ ଯେ, ବହୁପ୍ରତୀକ୍ଷିତ ଛତ୍ରପୁରର ପୂରାତନ ପାର୍କ ବ୍ରିଟୀଶ ଶାସନ ସମୟରେ ବ୍ରିଟୀଶ ସାହେବ ଜୋହାନ ବିଲ୍‌ଙ୍କ ଦ୍ୱାରା ଖନନ ହୋଇଥିବା ଏକ ଆଦର୍ଶ ପୁଷ୍କରିଣୀ, ଯାହାର ନାମ ପିଲିବନ୍ଧ ବୋଲି ପରବର୍ତ୍ତୀ ସମୟରେ ନାମକରଣ ହୋଇଥିବା ଏହି ପିଲିବନ୍ଧ ପାର୍କର ୧ କୋଟି ୭୬ ଲକ୍ଷଟଙ୍କାର ଖର୍ଚ୍ଚରେ ନିର୍ମିତ ନୂତନପାର୍କର ଲୋକାର୍ପଣ ହେଉଥିବା କୁହାଯାଇଛି । ନୂତନ ସୌନ୍ଦର୍ୟ୍ୟକରଣ ସହ ଜଳକ୍ରୀଡା ଉଦ୍ୟାନ ଭରା ସୁନ୍ଦର ଆଲୋକିକରଣ ପ୍ରକଳ୍ପର ଲୋକାର୍ପଣକୁ ନେଇ ଛତ୍ରପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି । ସ୍ୱତନ୍ତ୍ର ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏବଂ ବହୁ ପୁରୁଖା ନେତ୍ତୃବର୍ଗଙ୍କ ସମେତ ଛତ୍ରପୁର ସହରର ବୃଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନର ସହ ସାଧୁବାଦ ଜଣାଇଛନ୍ତି ।

purusottam
Leave A Reply

Your email address will not be published.