pakka

ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖରିଆର ରୋଡ ଜୋଙ୍କ ପୋଲିସ ଦ୍ୱାରା ୩୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟା ବେଳେ ପେଟ୍ରୋଲିଙ୍ଗ ସମୟରେ ଏହି ଦାଦନ ଶ୍ରମିକମାନେ ରେଳ ଦ୍ୱାରା ଉତ୍ତରପ୍ରଦେଶ ରାଜ୍ୟ ଅଯୋଧ୍ୟାକୁ ଇଟା ତିଆରି କରିବା ପାଇଁ ଯିବାର ଥିଲା । ଏକ ପିକଅପ୍‌ ଭ୍ୟାନ ନମ୍ବର ଓଡ଼ି -୨୬- ସି ୪୬୪୨ରେ ଯାଉଥିଲେ । ପିକଅପ୍‌ ଭ୍ୟାନ ଉପରେ ଯାଉଥିବାର ଦେଖି ଜୋଙ୍କ ପୋଲିସ ଅଟକାଇ ଥିଲା । ପିକଅପ୍‌ ଉପରେ ୧୨ ପୁରୁଷ, ୯ ଜଣ ମହିଳା ଓ ୧୩ ଜଣ ଛୋଟ ଛୋଟ ଶିଶୁମାନେ ଥିଲେ । ପୋଲିସ ପିକଅପ୍‌କୁ ଜବତ କରିବା ସହିତ ଦାଦନ ଦଲାଲ ଅଶ୍ୱିନୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି । ଦାଦନ ଶ୍ରମିକ ଉଦ୍ଧାର ବେଳେ ଆଇଆଇସି କୈଳାଶ ଚନ୍ଦ୍ର ସେଠି, ସବ୍‌ ଇନ୍ସପେକ୍ଟର ଅରବିନ୍ଦ ମେହେର, ଏଏସଆଇ ପିକେ ପଣ୍ଡା, ହାବିଲଦାର କେଏଚ ଭୋଇ, ସି (୭୫)ରମେଶ ଚନ୍ଦ୍ରକାର, ସି (୧୯୨)ଦୃପତି ସାହା ପ୍ରମୁଖ ଉପସ୍ଥିତ ଥିଲେ । ତଦନ୍ତ ଅଫିସର ଭାବରେ ସବ୍‌ ଇନ୍ସପେକ୍ଟର ଅରବିନ୍ଦ ମେହେର ଅଛନ୍ତି ।

Leave A Reply

Your email address will not be published.

twenty + fifteen =