om academy

ମହାନଦୀରୁ ମୃତ ଘଡିଆଳ କୁମ୍ଭୀର ଉଦ୍ଧାର

jsm

ସମ୍ବଲପୁର : ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳିମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଥିବା ସୂଚନା ମିଳିଛି । କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା ଦେଖିବାକୁ ମିଳିଛି । ତେବେ କୁମ୍ଭୀରଟି ବନ୍ୟା ସମୟରେ ସାତକୋସିଆ ଅଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି । ତେବେ କୁମ୍ଭୀରଟିର କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ଲୋକେ ବନ ବିଭାଗକୁ କୁମ୍ଭୀରକୁ ହସ୍ତାନ୍ତର କରିଛନ୍ତି ।

Leave A Reply

Your email address will not be published.