pakka

ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ଲୋକନୃତ୍ୟରେ ବିଭୋର ଦର୍ଶକ

bbehera

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତୀ ମହୋତ୍ସବର ଦ୍ୱିତୀୟ ସାଂସ୍କୃତିକ ସଂଧ୍ୟାରେ ମହୋତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମେହେର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଓ ବିଶିଷ୍ଟ ଅତିଥି ଭାବରେ ନାଗରିକ କମିଟି ଅଧ୍ୟକ୍ଷ ଡମ୍ୱରୁଧର ମେହେର ଯୋଗ ଦେଇଥିଲେ । ସେହି ଭଳି ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡା. ସୋନିଆ ଜୈନ, ବଣିକ ସଂଘ ସଭାପତି ପ୍ରଦୀପ କୁମାର ଜୈନ ଯୋଗଦେଇ ଥିଲେ । କମିଟିର ଉପସଭାପତି ସୁବ୍ରତ କୁମାର ଠାକୁର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏ ଅବସରରେ ନିଜ ମାଟିର ପ୍ରାଚୀନ ସଂସ୍କୃତି ଓ ଐତିହ୍ୟକୁ ଲୋକଲୋଚନକୁ ଆଣାଯାଇ ପାରିଲେ ଏହା ବର୍ତ୍ତମାନର ଜନଜୀବନକୁ ଶୄଙ୍ଖଳିତ ଓ ସଂସ୍କାରିତ କରିପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ସମାରୋହରେ ଯୁବ ଲେଖକ ତଥା ସ୍ତମ୍ଭକାର ବୈଷ୍ଣବ ମେହେର ଓ ତବଳା ବାଦକ ସନ୍ତୋଷ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବପ୍ରସାଦ ମେହେର ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ନିଳାଂଚଳ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ସୁବାସ ଚଂଦ୍ର ସାହୁ ପୁରସ୍କାର ବିତରଣ ଓ ଗୁପ୍ତେଶ୍ୱର ମେହେର ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସସ୍ମିତା ମେହେର ଓ ଭୂମିସୁତା ନାଏକ ମାନପତ୍ର ପଠନ କରିଥିଲେ । ସଭା ପ୍ରାରମ୍ଭରେ ବୈଷ୍ଣବ ମେହେରଙ୍କ ଲିଖିତ ଗୀତକୁ ସଙ୍ଗୀତଜ୍ଞ ତ୍ରିନାଥ ମେହେରଙ୍କ ସ୍ୱର ସଂଯୋଜନାରେ ସ୍ଵର ସଂଗମ କଳା ପରିଷଦର କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ କରାଯାଇଥିଲା । ସତ୍ୟସାଇ ସେବା ସମିତି ପକ୍ଷରୁ ବେଦପାଠ ଅନୁଷ୍ଠିତ ହୋଇଥିଲା । ଗାୟତ୍ରୀ କଳା ସଂଗଠନ ରାୟଗଡା, ନଟରାଜ ସାଂସ୍କୃତିକ ଅନୁଷ୍ଠାନ କଳାହାଣ୍ତି, ଜୟମାତାଦୀ ସାଂସ୍କୃତିକ ଅନୁଷ୍ଠାନ ଖଡ଼ିଆଳ, କୄଷ୍ଣପ୍ରିୟା କଳା ପରିଷଦ, ଚିନିଚପା କଳା ପରିଷଦ ବଲାଙ୍ଗିର, ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ, ହାସ୍ୟ ଅଭିନେତା ବିନ୍ଦୁ ଓ ତୁଲରାମଙ୍କ ହାସ୍ୟ ଅଭିନୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା ।

jay balangir
Leave A Reply

Your email address will not be published.

sixteen − 4 =