pakka

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ସମାରୋହ

bbehera
  • ଦୈନନ୍ଦିନ ଖାଦ୍ୟରେ ନିଜ ପାରିପାର୍ଶ୍ଵରେ ମିଳୁଥିବା ପୋଷକ ଯୁକ୍ତ ଖାଦ୍ୟକୁ ସାମିଲ କରିବାକୁ ଅତିଥିଙ୍କ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପୋଷଣ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପାଳନ ସମାରୋହ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପୋଷକତତ୍ତ୍ୱପୂର୍ଣ୍ଣ ଖାଦ୍ୟ ଶ୍ରୀଅର୍ଣ୍ଣ ମାଣ୍ଡିଆକୁ ଯୁଗୋପଯୋଗୀ ଖାଦ୍ୟ ପ୍ରସ୍ତୁତ କରି ସମସ୍ତେ ନିଜ ନିଜର ଖାଦ୍ୟପେୟରେ ସାମିଲ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ପୁନଶ୍ଚ ଆମ ନିଜ ନିଜର ବାଡ଼ି ବଗିଚାରେ ତଥା ପାରିପାର୍ଶ୍ଵର ମିଳୁଥିବା ପୋଷକଯୁକ୍ତ ପନିପରିବା ପ୍ରଭୁତିର ବିଶେଷ ବ୍ୟବହାର ସାଙ୍ଗକୁ ଶିଶୁଙ୍କ ଖାଦ୍ୟପେୟରେ ନିୟମିତ ଖୁଆଇବା ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଅନୁଷ୍ଠିତ ସମାରୋହରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ଼. ବିଭୁତିଭୂଷଣ ମିଶ୍ର, ମିଲେଟ ମିଶନ ଜିଲ୍ଲା ଅଧିକାରୀ ବିଭୁତିଭୂଷଣ ମେହେର, ମିଶନଶକ୍ତି ଡିପିସି ବିଶ୍ୱଜିତ ପରିଡା, ଏଲ୍‌ପିଓ – ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ କେଶବ ଚନ୍ଦ୍ର ମେହେର ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀଅର୍ଣ୍ଣ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଶିଶୁ ଏବଂ ଗର୍ଭବତୀ ମା’ମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ବିଶେଷ ସହାୟକ ହେଉଥିବା ଅତିଥି ବୃନ୍ଦ ମତବ୍ୟକ୍ତ କରିଥିବା ବେଳେ ଶ୍ରୀଅର୍ଣ୍ଣ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟକୁ ଜ଼ିଲ୍ଲାର ପ୍ରତ୍ୟକ ସ୍ତରରେ ବ୍ୟବହାର କରିବା ପାଇଁ ଅନୁରୋଧ କରି ମାଣ୍ଡିଆ ଚାଷକୁ ଜ଼ିଲ୍ଲାରେ ଯେପରି ଆଗକୁ ନିଆଯାଇ ପାରିବ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପୋଷକତତ୍ତ୍ୱ ସମ୍ମିଳିତ ମାଣ୍ଡିଆ ଜାତୀୟ ପଦାର୍ଥ, ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ପସରାର ପ୍ରଦର୍ଶନୀ ଜିଲ୍ଲାର ୬ଟି ବ୍ଲକର ଶିଶୁଵିକାଶ ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନୱାଡି କର୍ମୀ, ସହକର୍ମୀ ତଥା ମା’ଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । ଏହି ଚାଷ ପ୍ରତି ଅଧିକରୁ ଅଧିକ ଚାଷୀ ଯେପରି ଏହି ଚାଷ ପ୍ରତି ଆଗ୍ରହ ରଖିବେ ସେଥିପାଇଁ ଗ୍ରାମାଞ୍ଚଳରେ ଥିବା କୃଷି ଆଧିକାରୀ, ଆଶା ଓ ଅଙ୍ଗନୱାଡି କର୍ମୀ ଜନସାଧାରଣଙ୍କୁ ସଚେତନ କରାଇବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଛନ୍ତି । ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅନୁପମା ପଣ୍ଡା କାର୍ଯ୍ୟକ୍ରମରେ ପୌରାହିତ୍ୟ କରି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭଗୀୟ କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ ପୋଷଣ ପକ୍ଷ ପାଳନର ଆଭିମୁଖ୍ୟ ଓ ଉପାଦେୟତା ଉପରେ ଆଲୋକପାତ କରିଥିଲେ । ସିଡିପିଓ ଉଲୁଣ୍ଡା ମନୋରମା ମିଶ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ପାଳନ ସମାରୋହରେ ପୋଷଣ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଂଜୀବ କୁମାର ମିଶ୍ର, ସମସ୍ତ ସିଡିପିଓ, ମହିଳା ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

three + 20 =