ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ, ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା ବିଧାନସଭା କ୍ଷେତ୍ରଟି ମେ ୨୦ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତିର ପେଢି ଖୋଲିବେ । କେଉଁ ବର୍ଗର ଲୋକଙ୍କୁ କିଭଳି ନିଜ ଭୋଟ ବ୍ୟାଙ୍କ ଭାବେ ଆପଣାଇବ ସେ ନେଇ କିପରି ଆକୃଷ୍ଟ କରାଯିବ ତାହା ଏବେଠାରୁ ଆରମ୍ଭ ହୋଇଯାଇଛି । ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧୀନରେ ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ ବ୍ଲକ ସମେତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ରହିଛି । ଏଥିରେ ମୋଟ ୧ଲକ୍ଷ ୬୦ ହଜାର ଭୋଟର ରହିଛନ୍ତି । କନ୍ଧମାଳ ଲୋକସଭା କ୍ଷେତ୍ରର ସବୁଠାରୁ କମ ଭୋଟର ରହିଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟରଙ୍କ ସଖ୍ୟ ୨୦ରୁ ୩୦ ଶତକଡା ରହିଥିବାରୁ ଏହି ଭୋଟରଙ୍କୁ ନିଜ ଦଳ ପାଇଁ ଆକୃଷ୍ଟ କରିବା ପାଇଁ ବିଜେଡି ଓ କଂଗ୍ରେସ ନଜର ରଖିଛନ୍ତି । ବିଜେଡି ଓ କଂଗ୍ରେସ ଚଳିତ ନିର୍ବାଚନରେ ଜଣେ ସଂଖ୍ୟାଲଘୁଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିବା ଜଣାପଡିଛି । ସଂଖ୍ୟାଲଘୁ ଭୋଟର ବାଲିଗୁଡା ନିର୍ବାଚନ ମଣ୍ଡଳୀର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରଜନାତି ସମୀକ୍ଷକମାନେ କହୁଛନ୍ତି । ୨୦୧୯ ନିର୍ବାଚନରେ ସଂଖ୍ୟାଲଘୁ ଭୋଟର ଶାସକ ବିଜେଡି ଆଡକୁ ଯାଇଥିବାରୁ ବିଜୟୀ ହୋଇଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି । ଚଳିତ ବର୍ଷ ସଂଖ୍ୟାଲଘୁ ଭୋଟରଙ୍କୁ ଶାସକ ବିଜେଡି ରଖିପାରିବ କି ନାହିଁ ତାହା ଏବେଠାରୁ କହିବା ମୁସ୍‌କିଲ୍‌ । ଗତ ଦୁଇ ସପ୍ତାହ ହେଲା ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଦୁଇ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଫଳରେ ମେଣ୍ଟକୁ ନେଇ ସବୁଆଡେ ଦୁଇ ଦଳର କର୍ମୀ, କୁଜିନେତା ଓ ଲୋକଙ୍କ ମଧ୍ୟରେ ନାନା କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ବର୍ତ୍ତମାନ ସୁଦ୍ଧା ପଡି ପାରିନାହିଁ ।

Leave A Reply

Your email address will not be published.

eleven + 14 =