jayashree

ଘୁନସରରେ ୪୪ତମ ଦୁର୍ଗାପୂଜା, ଭକ୍ତିମୟ ପରିବେଶରେ କଳସ ଶୋଭାଯାତ୍ରା

ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗଶର ମା’ ଦୁର୍ଗାଙ୍କ ଆଗମନକୁ ସ୍ୱାଗତ କରି ଚଳଚଞ୍ଚଳ ହୋଇଉଠିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ ଘୁନସର ଗାଁ । ଏଠାରେ ୪୪ତମ ଦୁର୍ଗାପୂଜା ଅବସରରେ ପାରମ୍ପରିକ ରୀତିନୀତି ଓ ଧାର୍ମିକ ଉତ୍ସାହ ମଧ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହାକୁ ନେଇ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପୂଜାରେ କର୍ତ୍ତା ଭାବେ ବଣ୍ଟି ରଣା ଓ ତାଙ୍କ ଧର୍ମପତ୍ନୀ ଶୁଭଶ୍ରୀ ରଣା ଦାୟିତ୍ୱ ତୁଲାଉଛନ୍ତି । ମୁଖ୍ୟ ପୂଜକ ଗୋବର୍ଦ୍ଧନ ତ୍ରିପାଠୀ ଏବଂ ସହଯୋଗୀ ପୂଜକ ହେମନ୍ତ ଷଡ଼ଙ୍ଗୀ ପୂଜାର୍ଚ୍ଚନା କରୁଛନ୍ତି । ଏହି ଧାର୍ମିକ ଆୟୋଜନକୁ ସଫଳ କରିବାରେ ପୂଜା କମିଟିର ସଭାପତି ଚମ୍ପୁ ସେଠ, ଉପସଭାପତି ବିମଳ ବେହେରା, ସମ୍ପାଦକ ଗଗନ ବେହେରା, ସହସମ୍ପାଦକ ଲାଲୁ ରଣା ଓ କୋଷାଧ୍ୟକ୍ଷ ପ୍ରେମାନନ୍ଦ ବାଗଙ୍କ ସମେତ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରୁଛନ୍ତି । ଦୀର୍ଘ ୪୪ ବର୍ଷର ପରମ୍ପରାକୁ ବଜାୟ ରଖି ଘୁନସରରେ ମା’ ଦୁର୍ଗାଙ୍କ ପୂଜାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି ।

Leave A Reply

Your email address will not be published.