
ସଦରବ୍ଲକ, (ରାଜେଶ ଦଣ୍ଡସେନା) : ସଦାଇପାଲି କ୍ଲଷ୍ଟରର ରାଧାରମଣ ନଗର ଉ:ପ୍ରା: ବିଦ୍ୟାଳୟରେ ଆଜି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ହୋଇଯାଇଛି । କାର୍ଯ୍ୟକ୍ରମଟି କ୍ଲଷ୍ଟର ସି. ଆର୍. ସି. ସି. ନିରାକାର ସାଏଙ୍କ ତତ୍ତ୍ଵାବଧାନରେ ସଂଘଟିତ ହୋଇଥିଲା । ପ୍ରଥମେ ଦୀପ ପ୍ରଜ୍ୱଳନ ଓ ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ଓ ପ୍ରଥମ ପର୍ଯ୍ୟାୟରେ ରାଧାରମଣ ଉ:ପ୍ରା: ବିଦ୍ୟାଳୟର ପ୍ର. ଶି. ପ୍ରଜ୍ଞା ପରିମିତା ବହିଦାର, କ୍ଲଷ୍ଟର ସ୍କୁଲ ପ୍ର. ଶି. ଜ୍ୟୋତିରାଣୀ ମିଶ୍ର, ଆର୍. ଆର୍ ପଡା କ୍ଲଷ୍ଟର ସି. ଆର୍. ସି. ସି ଗଣେଶ ରାମ ବେହେରା, ପଲ୍ଲୀଶ୍ରୀ ହାଇସ୍କୁଲ ସହ ଶିକ୍ଷୟିତ୍ରୀ ସଂସ୍କୃତି ପଟ୍ଟନାୟକ, ସଦାଇପାଲି କ୍ଲଷ୍ଟର ସି. ଆର୍. ସି. ସି. ନିରାକାର ସାଏ ପ୍ରମୁଖ ମଞ୍ଚାସୀନ ହୋଇଥିଲେ ଏବଂ ମାଧିଆପାଲି ଉନ୍ନୀତ ବିଦ୍ୟାଳୟ ଝରଣା ସାହୁ ମଞ୍ଚ ପରିଚାଳନା କରିଥିଲେ । କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟର ଅନେକ ଶିକ୍ଷକ/ଶିକ୍ଷୟିତ୍ରୀ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନନ୍ଦ ତଥା ଉତ୍ସାହିତ ହୋଇ ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ୫ଟି ଦଳ ତାଙ୍କର ନୃତ୍ୟ ପରିବେଷଣ କରିଥିଲେ । ସବା ଶେଷରେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ସି. ଆର. ସି. ସି ନିରାକାର ସାଏ ଆଜ୍ଞା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ ।