jayashree

ନୂତନ ପୂଜା ମଣ୍ଡପ ଟିକ୍ରାପଡାର ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଦ୍ୱାରା ଉଦ୍‌ଘାଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୮ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିରର ପୁରାତନ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଗାନ୍ଧୀ ପାଠାଗାରର ନବ ନିର୍ମିତ ପୂଜା ମଣ୍ଡପର ଉଦ୍‌ଘାଟନ କରିଛନ୍ତି । ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନ ଉତ୍ସବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି, ପାଠାଗାର ଉପସଭାପତି ସନ୍ତକ ବହିଦାର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭଗବାନ ବଗର୍ତି, ସମ୍ପାଦକ ପ୍ରଦୀପ ସାହୁ, କାଉନସିଲର ମହେନ୍ଦ୍ର ବାଗ ମଂଚାସୀନ ଥିଲେ । ସଭା ସଂଯୋଜନା ବରିଷ୍ଠ ସଭ୍ୟ ମଧୁ ନାଏକ କରିଥିଲେ । ମୁଖ୍ୟ ଅତିଥି କଳିକେଶ ନାରାୟଣ ସିଂହଦେଓ ଏହି ପାଠାଗାରକୁ ଅନୁଦାନ ଦେବା ସହ ଇ ଲାଇବ୍ରେରୀ କରାଯାଇ ବରିଷ୍ଠ ନାଗରିକ, ସାଧାରଣ ଜନତା, ଯୁବ ଛାତ୍ରଛାତ୍ରୀ ତଥା ବିଭିନ୍ନ ପରୀକ୍ଷାର୍ଥୀଙ୍କୁ ସମର୍ପିତ କରାଯିବ ବୋଲି ଘୋଷଣା କରିଥିଲେ । ଉକ୍ତ ଉତ୍ସବରେ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଗାନ୍ଧୀ ପାଠାଗାରର ସମାଜ ପ୍ରତି ବିଭିନ୍ନ ଅବଦାନ ପାଇଁ ଭୂୟସୀ ପ୍ରଂଶସା କରିଥିଲେ ଏବଂ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହି ଉତ୍ସବରେ ଭଗବାନ ବଗର୍ତ୍ତି ସ୍ୱାଗତ ଭାଷଣ ଦେବା ସହ ବର୍ଷୀୟାନ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ପ୍ରତିଶୃତି କ୍ରମେ ଏହି ନୂତନ ପାଠାଗାର ନିର୍ମାଣ ପାଇଁ ଅନୁଦାନ ମିଳି ପାରିଛି ବୋଲି ଉଲ୍ଲେଖ କରିଥିଲେ । ସମ୍ପାଦକ ପ୍ରଦୀପ ସାହୁ ନୂତନ ମଣ୍ଡପ ବିଧାୟକ କଳିକେଶ ନାରାୟଣ ସିଂହଦେଓ ଏବଂ ପୌରାଧ୍ୟକ୍ଷା ଲିକା ସାହୁଙ୍କ ଉଦ୍ୟମରେ ଆର୍ଥିକ ସହାୟତା ଦିଆଯାଇ ନୂତନ ମଣ୍ଡପ ନିର୍ମାଣ କାର୍ଯ୍ୟ କରାଯାଇଛି ବୋଲି ସମ୍ପାଦକ ପ୍ରଦୀପ ସାହୁ ତାଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏହି ପାଠାଗାରକୁ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଉ କିଛି ଅନୁଦାନ ଦେବାକୁ ଅନୁରୋଧ କରିଛନ୍ତି । ପାଠାଗାର ଉପସଭାପତି ସନ୍ତକ ବହିଦାର ଦୀର୍ଘ ୬୦ ବର୍ଷ ଧରି ଏହି ଅନୁଷ୍ଠାନ ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ଆୟୋଜନ କରି ସମାଜରେ ପରିଚୟ ବଜାୟ ରଖିଛି ଏବଂ ଏହି କାର୍ଯ୍ୟକ୍ରମ ମାନଙ୍କରେ ସଂଶ୍ଲିଷ୍ଟ ଥିବା ପରଲୋକଗତ ସଭ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାଉନସିଲର ମହେନ୍ଦ୍ର ବାଗ ଏହି ପାଠାଗାରକୁ ଆହୁରି ଉନ୍ନତ ତଥା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଆଗେଇ ନେବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଅନୁରୋଧ କରିଥିଲେ । ପାଠାଗାର ସଭାପତି ପ୍ରକାଶ କୁମାର ନେପାକ ଏହି ଉତ୍ସବରେ କଳିକେଶ ନାରାୟଣ ସିଂହଦେଓ ତଥା ଲିକା ସାହୁଙ୍କ ଏହି ପୂଜା ମଣ୍ଡପ ନିର୍ମାଣ ପାଇଁ ଆନ୍ତରିକତା ଯୋଗୁଁ ସମ୍ଭବ ହୋଇପାରିଛି ଏବଂ ବିଧାୟକଙ୍କ ଇ- ଲାଇବ୍ରେରୀ କରାଯିବାର ଦୂରଦୃଷ୍ଟି ସମ୍ପନ୍ନ ପ୍ରସ୍ତାବ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସମସ୍ତ ସଭ୍ୟସଭ୍ୟା ତଥା ପଡ଼ାବାସୀଙ୍କ ଆର୍ଥିକ ସାହାଯ୍ୟ ତଥା ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉପସ୍ଥିତ ଅତିଥି ତଥା କାଉନସିଲର ମାନଙ୍କୁ ଉପଢୌକନ ଦେଇ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ପାଣି, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗ, ମହିଳା କମିଟି ସଭାପତି ବିଳାସିନୀ ବେହେରା, ସମ୍ପାଦକ ଲିନା ମହାନ୍ତି, ସବିତା ବେହେରା, ବରିଷ୍ଠ ସଭ୍ୟ ସୂର୍ଯ୍ୟ ପୁରୋହିତ, ମୋହିନୀ ମିଶ୍ର ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁର୍ଗା ସାହୁ, ଦାଶରଥି ସାହୁ, ଶିବେନ୍ଦ୍ର ସାହୁ, ରାଜେନ୍ଦ୍ର ମିଶ୍ର, କୁନୁ ପାତ୍ର, ହୃଦରଞ୍ଜନ ସାହୁ, ଅଜିତ ପଣ୍ଡା, ପିଙ୍କୁ ପଣ୍ଡା,ସଭ୍ୟମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଜୀବ ସାହୁଙ୍କ ସହଯୋଗରେ ମୃଦୁ ରେଖା ଡାନ୍ସ ଏଣ୍ଡ ଆର୍ଟ ଏକାଡେମୀ ଅନୁଷ୍ଠାନ ଆନୁକୂଲ୍ୟରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଓଡିଶା ନୃତ୍ୟ, ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇ ମୃଦୁ ରେଖା ଡାନ୍ସ ଏଣ୍ଡ ଆର୍ଟ ଏକାଡେମୀ ଅନୁଷ୍ଠାନର ଗୁରୁ ଚିତ୍ତରଞ୍ଜନ ପ୍ରଧାନ, ନିତିନ ଭରଦ୍ୱାଜ ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ ନୃତ୍ୟଙ୍ଗନା ମାନଙ୍କୁ ସମ୍ମାନିତ କରାଯାଇଥିଲା । ପାଠାଗାରର ସଭ୍ୟ ସ୍ୱସ୍ତିକ ସାଗର ସାହୁ ଆଜିର କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷକ୍ଷ ଲିକା ସାହୁ, ସମସ୍ତ କାଉନସିଲର, ସମସ୍ତ ଅନୁଷ୍ଠାନ, ପୂଜା ମଣ୍ଡପ, ମହିଳା କମିଟି ଏବଂ ସମସ୍ତ ପଡ଼ାବାସୀ ଜନସାଧାରଣ ଯୋଗଦାନ କରି ଏହି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଦିବା ୧୦ ଘଣ୍ଟା ସମୟରେ ପ୍ରତିଷ୍ଠା ପୂଜାରେ ପାଠାଗାର ସଭାପତି ପ୍ରକାଶ ନେପାକ ଏବଂ ସହଧର୍ମିଣୀ ଭାରତୀ ନେପାକ ତଥା ଉପସଭାପତି ସନ୍ତକ ବହିଦାର ଏବଂ ସହଧର୍ମିଣୀ ମମତାମୟୀ ଦାସ କର୍ତ୍ତା ଓ ଉପକର୍ତ୍ତାର ଦାଇତ୍ୱ ସମାପନ କରିଥିଲେ । ଚଳିତ ବର୍ଷ ଦୁର୍ଗା ପୂଜା ଆୟୋଜନ ପାଇଁ ବିଭିନ୍ନ କମିଟି ମାନ ଗଠନ କରାଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଭଗବାନ ବଗର୍ତ୍ତି ବରିଷ୍ଠ ସଭ୍ୟ ସୂର୍ଯ୍ୟ ପୁରୋହିତ, ମୋହିନୀ ମିଶ୍ର, ସତ୍ୟନାରାୟଣ ବେହେରା, ଅଶୋକ ଚାନ୍ଦ, ହରି ପଣ୍ଡା, ମଧୁସୂଦନ ନାଏକ, ଭବାନୀ ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବେ । ଚଳିତ ବର୍ଷ ୫୭ ତମ ସାର୍ବଜନୀନ ଦୁର୍ଗା ପୂଜା ୧୬/୧୦/୨୬ ଷଷ୍ଠି ତିଥିରୁ ଆୟୋଜନ କରାଯାଉଛି । ଦୁର୍ଗାପୂଜା କମିଟିର ସଭାପତି ପ୍ରକାଶ କୁମାର ନେପାକ, ଉପସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ନାଗ ଦାଇତ୍ୱ ନେଇଥିବା ବେଳେ ସଭ୍ୟ ରିଆଜ଼ ଖାନ, ହୃଦୟ ରଞ୍ଜନ ସାହୁ, ରାଜେନ୍ଦ୍ର ପାଣି, ଦୁର୍ଗା ସାହୁ, ଅବଦୁଲ ରଜ଼ାକ, ସଞ୍ଜୟ ଗଡ଼ତ୍ୟା, ଚିତ୍ତରଞ୍ଜନ ସାହୁ, ରାଜେନ୍ଦ୍ର ମିଶ୍ର, ମହେନ୍ଦ୍ର ବାଗ, ଦାଶରଥି ସାହୁ, ଶୁଶାନ୍ତ ଶ୍ରୀଚନ୍ଦନ, କୁନୁ ପାତ୍ର, ସଂଗ୍ରାମ ବହିଦାର, ଅଜିତ ପଣ୍ଡା ପ୍ରମୁଖ କାର୍ଯ୍ୟକାରୀ କମିଟି ସଭ୍ୟ ରହିଛନ୍ତି । ଚଳିତ ବର୍ଷ ପୂଜାକର୍ତ୍ତା ରୂପେ ଚିତ୍ତରଞ୍ଜନ ସାହୁ ଓ ସହଧର୍ମିଣୀ ସସ୍ମିତା ସାହୁ ତଥା ଉପକର୍ତ୍ତା ରୂପେ ଦୁର୍ଗା ଚରଣ ସାହୁ ଓ ତାଙ୍କ ଧର୍ମପତ୍ନୀ ଏବଂ ବୈଷ୍ଣବ ଚରଣ ସାହୁ ଓ ତାଙ୍କ ସହଧର୍ମିଣୀ କାର୍ଯ୍ୟ ତୁଲାଇବେ । ପୂଜା କମିଟିରେ ସ୍ୱସ୍ତିକ ସାଗର ସାହୁ, ସୋମଦେବ ସାହୁ,ମନିଷ ସାହୁ, ସ୍ୱୟଂ ମଟାରୀ ସହଯୋଗ କରିବେ । ଚଳିତ ବର୍ଷ ପଣ୍ଡିତ ଶୁକଦେବ ତ୍ରିପାଠୀ ଏବଂ ସାଥି ମା’ଙ୍କ ପୂଜା କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.