ଜିଲା ଯାଦବ ସମାଜ ପକ୍ଷରୁ ଦୀପକଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୁର୍ଲା ସ୍ଥିତ ଭୀମସାର ରେ ବଲାଙ୍ଗିର ଜିଲାରୁ ପ୍ରଥମ କରି ପ୍ଲାଜମା ଦାନ କରଥିବା ଦୀପକ କୁମାର ବାଗଙ୍କୁ ଜିଲା ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ଯାଦବ ଭବନ ପରିସରରେ ଆୟୋଜିତ କାର୍ୟ୍ୟକ୍ରମରେ ତାଙ୍କୁ ଯାଦବ ସମାଜ ପକ୍ଷରୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା । ପୌରାଞ୍ଚଳ ୱାର୍ଡ ନମ୍ବର ୧୯ରେ ଆସୁଥିବା ରୁଗୁଡିପଡାର ସେ ହୋଇଥିବା ବେଳେ ଜଣେ କରୋନା ଯୋଦ୍ଧା ଭାବରେ ପ୍ଲାଜ୍‌ମା ଦାନ କରି ପରିଚୟ ସୃଷ୍ଟି କରିଛନ୍ତି । ପୌରାଞ୍ଚଳ ସଭାପତି ପଙ୍କଜ ସେଲମା, ସମ୍ପାଦକ ଅରକ୍ଷିତ ଜୁଏଡ, ପୂର୍ବତନ ସଭାପତି ବାଗଦଲ ମହାକୁର, ଯୁବ ସଙ୍ଗଠକ ସଂଦୀପ ବାଗ, ପ୍ରଶାନ୍ତ ମହାକୁର, ଇଶ୍ୱର ବାଗ, ଜୟଦେବ ଜାଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.