jsm

ଦୃଷ୍ଟି ବାଧିତା ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପ୍‌ଟପ୍‌ ବଣ୍ଟନ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଷ୍ଟାର ପ୍ରକଳ୍ପ ଅନ୍ତର୍ଗତ ମାଗଣାରେ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କ ସକାଶେ ଲାପ୍‌ଟପ୍‌ ବଣ୍ଟନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର, ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନା ପ୍ରମୁଖ ଯୋଗଦେଇ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍‌ ବଣ୍ଟନ କରିଥିଲେ । ବିଭିନ୍ନ ବିଦ୍ୟାଳୟର ନବମ ଶ୍ରେଣୀରୁ ଦ୍ୱାଦଶ ଶେଶ୍ରୀରେ ଅଧ୍ୟୟନ କରୁଥିବା ୧୫ ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ଲାପ୍‌ଟପ୍‌ ବଣ୍ଟନ କରାଯାଇଥିଲା । ପ୍ରଦାନ କରାଯାଇଥିବା ଲାପ୍‌ଟପ୍‌ରେ ଉନ୍ନତମାନର ସପ୍ଟୱେର ଇନ୍‌ଷ୍ଟଲ ହୋଇଥିବା ସହ ନବମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମସ୍ତ ଶ୍ରେଣୀର ଅଡିଓ ବୁକ୍‌ ଉପଲବ୍ଧ ଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ପ୍ରଶାନ୍ତ ସରାଫ, ପ୍ରୋଗ୍ରାମର ଦେବେଶ ମିଶ୍ର, ବିଆରପି ରାମ ପ୍ରସାଦ ମହାଲିଙ୍ଗ, ନବ କିଶୋର ସାମଲ, ଅଳକା ଦାସ, ସଞ୍ଜୁକ୍ତା ସାମଲ, ପ୍ରଦୁମ୍ନ ସାହୁ, ହିରୋଲାଲ ସାହୁ ଓ ଖୁସିରାମ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.