pakka

ବଲାଙ୍ଗିର କଲେଜ୍‌ ଛକରେ ଜୋର୍‌ସୋର୍‌ ଜବର୍‌ ଦଖଲ୍‌ ଉଚ୍ଛେଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲେଜ୍‌ ଛକରେ ଜୋର୍‌ସୋର୍‌ ଜବର୍‌ ଦଖଲ୍‌ ଉଚ୍ଛେଦ ଆରମ୍ଭ ହୋଇଯାଇଛି । ରାସ୍ତା ଉପରକୁ ଅବରୋଧ କରାଯାଇ ଦୋକାନ ବଜାର ଗଢ଼ି ଉଠୁଥିବା ବେଳେ ନାନା ପ୍ରକାର ଟ୍ରାଫିକ୍‌ ସମସ୍ୟା ଉପୁଜୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଆଜିର ଏହି ଜବର୍‌ ଦଖଲ୍‌ ଉଚ୍ଛେଦ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ୍‌ ପ୍ରଶାନ୍ତୀ ପଧାନ, ଉପଜିଲ୍ଲାପାଳ ସୁଧାକର ନାୟକ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ ମହାଜନ(ଆଇଏଏସ୍‌), ମ୍ୟୁନିସିପାଲିଟି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ତଥା ପୋଲିସ୍‌ ଟିମ୍‌ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.

six − 3 =