pakka

ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର

ନୟାଗଡ଼ : ଇଟାମାଟି ଥାନା ସାନପଣ୍ଡୁସର ନିକଟରେ ବ୍ରିଜ୍ ତଳକୁ ଖସି ପେଟ୍ରୋଲ୍ ଟ୍ୟାଙ୍କର ଜଳିଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗାଡି ଭିତରେ ଫସି ରହିଥିବା ଅନୁମାନ କରାଯାଉଛି । ସମସ୍ତ ମୃତାହତ ସାନପଣ୍ଡୁସର ଗାଁର ବୋଲି ଜଣାପଡିଛି । ସୂଚନାନୁଯାୟୀ, ଟ୍ୟାଙ୍କରଟି ପାରାଦ୍ୱୀପରୁ ଅନୁଗୋଳ ଯାଉଥିବା ବେଳେ ବିଳମ୍ବିତ ରାତିରେ କୌଣସି କାରଣରୁ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ସାନପଣ୍ଡୁସର ବ୍ରିଜ୍ ତଳକୁ ଖସିପଡିଥିଲା । ପରେ ଟ୍ୟାଙ୍କରରେ ନିଆଁ ଲାଗିଯିବା ବେଳେ ପ୍ରଥମେ ଜଳିଯାଇଥିବା ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଦୁଇଜଣଙ୍କ ପରିଚୟ ମିଳିଛି । ସେମାନେ ସାନପଣ୍ଡୁସର ଗାଁର ଦିପୁ ଏବଂ ବରି ବୋଲି ଜଣାପଡିଛି ।

Leave A Reply

Your email address will not be published.

one × four =