pakka

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ବଲାଙ୍ଗିର ଝିଅ

ସଇଁନ୍ତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେପାଲି ପଡ଼ାର ସମୀକ୍ଷା ସମୃଦ୍ଧି ଷଡ଼ଙ୍ଗୀ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି । ଓଡ଼ିଶୀ କୁହନ୍ତୁ କିମ୍ବା ଆଧୁନିକ, କରାଟେ କୁହନ୍ତୁ କିମ୍ବା ମଡେଲିଂ ସବୁଥିରେ ସମୀକ୍ଷା ଚାମ୍ପିୟାନ । ଖାଲି ସେତିକି ନୁହେଁ ପାଠପଢ଼ାରେ ମଧ୍ୟ ସେ ଏକ ନମ୍ବର । ଏଭଳି ବହୁମୁଖୀ ପ୍ରତିଭାର ଅଧିକାରିଣୀ ଭାବେ ଜିଲ୍ଲାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି ସମୀକ୍ଷା । ତେବେ ୧୦ ବର୍ଷର ସମୀକ୍ଷା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ବେଳେ ଭବିଷ୍ୟତରେ କଲେକ୍ଟର ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି । ସମୀକ୍ଷା ହେଉଛନ୍ତି ଡାକ୍ତର ସୁମିତ୍ରା ଷଡ଼ଙ୍ଗୀ ଓ ସୂର୍ୟ୍ୟ ନାରାୟଣ ଷଡ଼ଙ୍ଗୀଙ୍କ ଏକମାତ୍ର ଝିଅ ।

Leave A Reply

Your email address will not be published.

one × three =