ହଦଗଡ଼ ଅଭୟାରଣ୍ୟରେ ଦନ୍ତା ହାତୀର ମୃତ୍ୟୁ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ହସ୍ତୀ ଅଭୟାରଣ୍ୟରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଖବର ମିଳିଛି । ଅନ୍ୟ ଏକ ହାତୀ ସହ ସଙ୍ଘର୍ଷ ଯୋଗୁଁ ଦନ୍ତାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ଅଭୟାରଣ୍ୟ ମଧ୍ୟରେ ପେଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀଙ୍କ ନଜରକୁ ଏହି ଘଟଣା ଆସିଥିଲା । ଖବର ଦେବାରୁ ଆନନ୍ଦପୁର ଡିଏଫ୍‌ଓଙ୍କ ସମେତ ରେଞ୍ଜର ଓ ବନକର୍ମଚାରୀଙ୍କର ଏକ ଟିମ୍ ଘଟଣାସ୍ଥଳ ପହଞ୍ଚି ଥିଲେ ।

Leave A Reply

Your email address will not be published.

two × two =