pakka

ରାଜବୋଡାସମ୍ବର କୃଷକ ସଙ୍ଗଠନ ଓ ବରଗଡ ଆରକ୍ଷୀ ମଧ୍ୟରେ ଆଲୋଚନା ବିଫଳ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ରାଜବୋଡାସମ୍ବର କୃଷକ ସଂଗଠନ ଓ ବରଗଡ ଏସ୍‌ପିଙ୍କ ମଧ୍ୟରେ ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇ ଆଗାମୀ ୧୩ ତାରିଖରେ ଜେଲ ଭରୋ ଆନ୍ଦୋଳନ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବରଗଡ ଏସ୍‌ପି ରାହୁଲ ଜୈନ, ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୂଷଣ ଭୋଇ, ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆର ଉପସ୍ଥିତ ଥିଲେ । ବରଗଡ ଏସ୍‌ପି ଆଗାମୀ ୧୩ ତାରିଖରେ ହେବାକୁ ଥିବା ଜେଲ ଭରୋ ଆନ୍ଦୋଳନକୁ ସ୍ଥଗିତ ରଖି ଆହୁରୀ ୧୫ ଦିନ ପ୍ରଶାସନକୁ ସମୟ ଦିଅନ୍ତୁ ବୋଲି କୃଷକ ସଙ୍ଗଠନକୁ ଅନୁରୋଧ କରିଥିଲେ । ମାତ୍ର ଏଥିରେ କୃଷକ ସଙ୍ଗଠନ କ୍ଷୁବ୍‌ଧ ହୋଇ କହିଲେ ଯେ, ଗତ ଦିନ ମାନଙ୍କରେ କୃଷକ ମାନଙ୍କର ବୀମା ପ୍ରଦାନ କରିବା ପାଇଁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରି ଆସୁଅଛୁଁ । ମାତ୍ର ସରକାର ଚାଷୀମାନଙ୍କର କଥାକୁ କର୍ଣ୍ଣପାତ କଲେ ନାହିଁ । ତେଣୁ ୧୩ ତାରିଖରେ ହେବାକୁ ଥିବା ଜେଲ ଭରୋ ଆନ୍ଦୋଳନ ନିଶ୍ଚିତ ଭାବେ ତିବ୍ରୀତର ହେବ ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ପ୍ରକାଶ କରିଥିଲା । ଏହି ବୈଠକରେ ରାଜବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ରମେଶ ମହାପାତ୍ର, ଅଶୋକ ସାହୁ, ରୋହିତ ପଧାନ, କୌଲାସ ବାରିକ, ଅମୃତ ଲାଲ ସାହୁ, ଅଜିତ ସାହୁ, ବିଜୟ ସାହୁ, ରାହାସ ସାହୁ, ଅରବିନ୍ଦ ପଣ୍ତା, ସରୋଜ ସାହୁ, ବାଳକୃଷ୍ଣ ବନଛୋର, ପ୍ରଭାତ ସାହୁ, ମୁରଲୀଧର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 2 =