pakka

ସିଟି ଷ୍ଟେସନର ଗ୍ରୋସରୀ ଦୋକାନ ଓ ମାଲିକ ଘରୁ ଡକାୟତି ଘଟଣାର ପର୍ଦ୍ଦାଫାସ୍ : ୭ ଗିରଫ

kalikesh

ସମ୍ବଲପୁର: ସିଟି ଷ୍ଟେସନରେ ଗ୍ରୋସରୀ ଦୋକାନ ଓ ମାଲିକ ଘରୁ ଡକାୟତି ଘଟଣାର ପର୍ଦ୍ଦାଫାସ୍ । ୭ ଡକାୟତଙ୍କୁ ଗିରଫ କଲା ସମ୍ଵଲପୁର ପୋଲିସ । ପ୍ରେସ୍‌ମିଟ୍ ଜରିଆରେ ଡକାୟତି ସମ୍ପର୍କରେ ସୂଚନା ଦେଲେ ସମ୍ଵଲପୁର ଏସ୍‌ପି ବାତୁଲା ଗଙ୍ଗାଧର । ସୂଚନାନୁଯାୟୀ, ଗତ ୩ ତାରିଖ ଦିନ ସମ୍ଵଲପୁର ସିଟି ଷ୍ଟେସନରେ ଥିବା ଶ୍ୟାମ ସୁନ୍ଦର ଡାଲମିଆଙ୍କ ଗ୍ରୋସରୀ ଦୋକାନକୁ ଅଟା କିଣିବା ବାହାନାରେ ୫ ଜଣ ଦୁର୍ବୃତ୍ତ ପଶିଆସିଥିଲେ । ଏହାପରେ ଶ୍ୟାମ ସୁନ୍ଦରଙ୍କୁ ଏକ ଭୁଜାଲିରେ ଆକ୍ରମଣ କରି ତାଙ୍କ ଦୋକାନ ଓ ଘରୁ ନଗଦ ୭୦ ହଜାର ଟଙ୍କା ଓ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ କରି ନେଇ ଯାଇଥିଲେ । ଏହାପରେ ଶ୍ୟାମ ସୁନ୍ଦର ଓ ତାଙ୍କ ପତ୍ନୀଙ୍କୁ ଏକ ଗାମୁଛାରେ ବାନ୍ଧି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ଲୁଟ୍ ବେଳର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିଲା । ପୋଲିସ ସିସିଟିଭି ଭିଡିଓ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁର୍ବୃତ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବାରେ ଧନୁପାଲି ପୋଲିସ ସଫଳ ହୋଇଛି । ଦୁର୍ବୃତ୍ତଙ୍କ ଠାରୁ ୩୦ ହଜାର ଟଙ୍କା, ୫ଟି ମୋଟର ସାଇକେଲ୍, ଗୋଟିଏ କାର୍ ଜବତ ହୋଇଛି ।

pp
Leave A Reply

Your email address will not be published.

three − two =