pakka

ଜଳପ୍ରପାତ ପାହାଡରୁ ଖସିପଡି ରାଜ୍ୟସ୍ତରୀୟ ଖେଳାଳି ଆହତ

ଦେବଗଡ : ଦେବଗଡ ସହର ଉପକଣ୍ଠ କୁରଡକୋଟ ଜଳପ୍ରପାତ ପାହାଡରୁ ଖସିପଡି ଆଜି ଜଣେ ରାଜ୍ୟସ୍ତରୀୟ ବାଳିକା ଖେଳାଳି ଆହତ ହୋଇଛନ୍ତି । ଆହତ ଖେଳାଳି ଜଣଙ୍କ ସ୍ଥାନୀୟ ତିନି ନମ୍ବର ୱାର୍ଡ ବଣିଆ ସାହିର ରଞ୍ଜିତ ବାରିକଙ୍କ ଝିଅ ଇଶା ବାରିକ (୧୭) ବୋଲି ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଇଶା ଜଣେ ରାଜ୍ୟସ୍ତରୀୟ ଖେଳାଳି ଓ ସେ ୫ ହଜାର ମିଟର ସ୍ପିଡ ୱାକିଙ୍ଗ ରେସରେ ରାଜ୍ୟ ସ୍ତରରେ ୧୮ ବର୍ଷରୁ କମ ବାଳିକା ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଜି ଇଶା ଅଭ୍ୟାସ ପାଇଁ କୁରଡକୋଟ ଜଳପ୍ରପାତ ପାହାଡରେ ଚଢୁଥିବା ବେଳେ ଭାରସାମ୍ୟ ହରାଇ ଖସିପଡିଥିଲେ । ତାଙ୍କୁ ଆହତ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କର ମୁଣ୍ଡରେ, ଅଣ୍ଟାରେ ଓ ଗୋଡରେ ଆଘାତ ଲାଗିଥିବା ଜଣାପଡିଛି ।

Leave A Reply

Your email address will not be published.

three × one =